ଗଞ୍ଜାମ ୨୦।୦୬, ଗଞ୍ଜାମ ଜିଲ୍ଲା ଅଙ୍କୁଶପୁର ସ୍ଥିତ କବିରାଜ ଅନନ୍ତ ତ୍ରିପାଠୀ ଶର୍ମା ଆୟୁର୍ବେଦ ମହାବିଦ୍ୟାଳୟର ଦ୍ରବ୍ୟଗୁଣ ବିଭାଗ ମୁଖ୍ୟ ଡା. ଶିବ ପ୍ରସାଦ ରାଉତ ନିଜର ରୋଗୀ ସେବା ନିମନ୍ତେ ସାଧାରଣରେ ପ୍ରଶଂସିତ ହୋଇଛନ୍ତି । କରୋନାର ପ୍ରଥମ ଲହରୀ ହେଉ ବା ଦ୍ୱିତୀୟ ଲହରୀ ହେଉ , ତଥା ଲକଡାଉନ ବେଳେ ଗାଁ ରୁ ସହର ଏବଂ ସାଧାରଣ କର୍ମଚାରୀ ଠାରୁ ଆରମ୍ଭ କରି ସରକାରୀ କର୍ମଚାରୀ ପର୍ଯ୍ୟନ୍ତ ଯେତେବେଳେ ସମସ୍ତେ ମହାମାରୀର କାୟରେ ଭୟଭୀତ, ସେତେବେଳେ ଡା. ଶିବ ପ୍ରସାଦ ରାଉତ ଆଗ ଧାଡ଼ିର କରୋନା ଯୋଦ୍ଧା ଭାବେ ଭିନ୍ନ ଭିନ୍ନ କୋଭିଡ କେୟାର ସେଣ୍ଟର ତଥା କୋଭିଡ ଚିକିତ୍ସାଳୟରେ ନିଜର ଜୀବନ ପ୍ରତି ତିଳେ ମାତ୍ର ଭୟ ନ ରଖି କରୋନା ବିରୁଦ୍ଧରେ ଜଣେ ଜାଗ୍ରତ ପ୍ରହରୀ ଭାବେ ନିଷ୍ଠାର ସହ କାର୍ଯ୍ୟ ସମ୍ପାଦନ କରୁଛନ୍ତି ।
ଉଭୟ ପ୍ରଥମ ତଥା ଦ୍ୱିତୀୟ ଲହରି ସମୟରେ ରୋଗୀଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇବା, ଥର୍ମାଲ ସ୍କ୍ରିନିଙ୍ଗ, ଅମ୍ଳଜାନ ସ୍ତରର ଅନୁଧ୍ୟାନ ତଥା ସର୍ବୋପରି କରୋନା ସମ୍ଭନ୍ଧରେ ଜନସଚେତନତା ଆଦି କାର୍ଯ୍ୟ ସୁଚାରୁ ରୁପେ ପରିଚାଳନା କରୁଅଛନ୍ତି । ସମସ୍ତ ଆଶଙ୍କାକୁ ପଛରେ ପକାଇ ଜୀବନ ତଥା କର୍ତ୍ତବ୍ୟ ମଧ୍ୟରୁ କର୍ତବ୍ୟକୁ ପ୍ରାଧାନ୍ୟ ଦେଇ ସ୍ୱାସ୍ଥ୍ୟ ବିଭାଗର ଜଣେ କର୍ତ୍ତବ୍ୟରତ କର୍ମଚାରୀ ଭାବେ କରୋନା ଯୋଦ୍ଧାର ଦାଇତ୍ୱ ବହନ କରୁଛନ୍ତି । ଡା. ଶିବ ପ୍ରସାଦ ରାଉତଙ୍କର ରୋଗୀ ପ୍ରତି ସେବା ତଥା ସମବେଦନା ପାଇଁ ସମସ୍ତ ମହଲରେ ଉଚ୍ଚ ପ୍ରଶଂସିତ ହୋଇଛନ୍ତି । ନିଜେ କରୋନାରେ ସଂକ୍ରମିତ ହୋଇ ମଧ୍ୟ ଅଳ୍ପଦିନରେ ସୁସ୍ଥ ହୋଇ ପୁନଶ୍ଚ କାର୍ଯ୍ୟରେ ଯୋଗଦେବା ସମସ୍ତଙ୍କ ପାଇଁ ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି ଡା.ଶିବ ପ୍ରସାଦ ରାଉତ।