ରାୟଗଡା,(ଅମୁଲ୍ୟ ନିଶଙ୍କ):ରାୟଗଡା ଜ଼ିଲ୍ଲା ତଥା ଅଭିଭକ୍ତ କୋରାପୁଟ ଜ଼ିଲ୍ଲା ର ପଦ୍ମପୁର ବ୍ଲକ ପଦ୍ମପୁର ଗ୍ରାମ ହେଉଛି ରାଜନୀତି ର ପ୍ରାଣ କେନ୍ଦ୍ର ଭାବେ ପରିଚିତ ଏହି ଗ୍ରାମ ଏକ ବହୁ ପୁରାତନ ଓ ଐତିହାସିକ ଗ୍ରାମ l ଏହି ପଦ୍ମପୁର ବ୍ଲକ ରୁ ବହୁ ରାଜନେତା ମନ୍ତ୍ରୀ, ବିଧାୟକ, ସାଂସଦ ତଥା ମୁଖ୍ୟମନ୍ତ୍ରୀ ମଧ୍ୟ୍ୟ ବାହାରିଛନ୍ତି l କିନ୍ତୁ ଏହି ପଦ୍ମପୁର ମାଟି କୁ ଭୁଲିଗଲେଣି ସେହି ମନ୍ତ୍ରୀ ବିଧାୟକ ସାଂସଦ ମୁଖ୍ୟମନ୍ତ୍ରୀ ଏହି ମାଟି ସେମାନଙ୍କୁ ସବୁ କିଛିଦେଇଛି କିନ୍ତୁ ଆଜି ସେହି ମାଟି କଣ ପାଇଛି ବୋଲି ସ୍ଥାନୀୟ ଜନସାଧାରଣ ପଚାରୁଛନ୍ତି l ଏହି ପଦ୍ମପୁର ଏକ କ୍ରମ ବର୍ଦ୍ଧିତ ସହର ଏହାର ଆୟତନ, ଜନସଂଖ୍ୟା, ଯାନବାହାନ ଦିନକୁ ଦିନ ହୁହୁ ହୋଇ ବଢ଼ିବାରେ ଲାଗିଛି l ଏହା ଏକ ଜ଼ିଲ୍ଲା ରମୁଖ୍ୟ ବାଣିଜ୍ୟ କେନ୍ଦ୍ର ଏହିଠାକୁ ବାମିଜ୍ୟ ବ୍ୟବସାୟ ପାଇଁ ପୋଡସି ଆନ୍ଧ୍ର ପ୍ରଦେଶ, ଗଜପତି ଜ଼ିଲ୍ଲା ରୁ ସହ ସହ ସଂଖ୍ୟାରେ ଜନସାଧାରଣ ଓ ଯାନବାହାନ ଆସିଥାଏ l ମୁଖ୍ୟ ରାସ୍ତା ସଂକୀର୍ଣ୍ଣ ପାଇଁ ଭାରୀଯାନ ଯିବାଆସିବା ରେ ଅସୁବିଧା ସୃଷ୍ଟି ସାଙ୍ଗ କୁ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଥଏ l ଏହାକୁ ଦୃଷ୍ଟି ରେ ରଖି ଏକ ନୂତନ ବସ ଷ୍ଟାଣ୍ଡ ନିର୍ମାଣ ନିମନ୍ତେ ଯୁକ ବନ୍ଧ ନିକଟରେ ବିଦ୍ୟୁତ ବିଭାଗ ର କାର୍ଯ୍ୟାଳୟ ନିକଟରେ ଲାଉଗୁଡା ମୋୖଜ଼ା ଖାତା ନମ୍ବର 30 ଓ ପଟ୍ଟା ନମ୍ବର 47/2-1043 ରୁ 2 ଏକର 30 ସେଣ୍ଟିମିଟର ଜାଗା ଚି଼ହ୍ନଟ କରି ରାଜସ୍ୱ ବିଭାଗ ପାରିବହନ ବିଭାଗ କୁ ହସ୍ତାନ୍ତର କରାଯାଇଥିଲା l ଲୋକଙ୍କ ମନରେ ବହୁତ ଆନନ୍ଦ ଖେଳିଯାଇଥିଲା ଆମ ଅଞ୍ଚଳ ର ସ୍ବପ୍ନ ପୂରଣ ହେବାକୁ ଯାଉଛି ବୋଲି ଆତ୍ମବିଭୋର ହୋଇପଡ଼ିଥିଲେ lକିନ୍ତୁ ସେହି ସ୍ବପ୍ନ ସ୍ୱପ୍ନରେ ହିଁ ରହିଗଲା ବସ ଷ୍ଟାଣ୍ଡ ନିର୍ମାଣ ହୋଇପାରିଲା ନାହିଁ ବୋଲି ସ୍ଥାୟୀୟ ଜନସାଧାରଣ ବୁଦ୍ଧିଜୀବୀ କ୍ଷବ ର ସହ ପ୍ରକାଶ କରିଛନ୍ତି l ମୁନିଗୁଡା, କୋଳନରା ଓ ପଦ୍ମପୁର ଠାରେ ପାରିବହନ ବିଭାଗ ପକ୍ଷରୁ ବସ ଷ୍ଟାଣ୍ଡ ନିର୍ମାଣ ହେବ ବୋଲି ପ୍ରତିଶୃତି ମିଳିଲା କିନ୍ତୁ ବସ ଷ୍ଟାଣ୍ଡ କୋଳନରା ଓ ମୁନିଗୁଡା କୁ ମିଳିଲା ଓ କାର୍ଯ୍ୟକ୍ଷେମ ହେଲାଣି କିନ୍ତୁ ପଦ୍ମପୁର ରେ ବସ ଷ୍ଟାଣ୍ଡ ହୋଇ ପାରିଲା ନାହିଁ l ପଦ୍ମପୁର ର ଜନସଂଖ୍ୟା ଦୃଷ୍ଟି ରୁ ଏହାକୁ ପଂଚାୟତ ରୁ ବିଜ୍ଞାପିତ ଅଞ୍ଚଳ ପାଇଁ ଦାବୀ ହୋଇଆସୁଛି କିନ୍ତୁ ତାହା ମଧ୍ୟ୍ୟ ହୋଇପାରିଲା ନାହିଁ l ନିକଟରେ ସରକାର ରାୟଗଡା ଜ଼ିଲ୍ଲା ର ଚାନ୍ଦିଲି, ମୁନିଗୁଡା ଓ ବିଷମକଟକ କୁ ଏନ ଏ ସି ଘୋଷଣା କରିଲେ କିନ୍ତୁ ପଦ୍ମପୁର କୁ ଭୁଲିଗଲେ l ପଦ୍ମପୁର ର ଜନ ସଂଖ୍ୟା ହିସାବରେ ପାନୀୟ ଜଳ ର ବ୍ୟବସ୍ତା ସେତେ ପରିମାଣରେ ହୋଇପାରିନାହିଁ l ସ୍ଥାନୀୟ ଆର ଜି କଲେଜ ରେ ସ୍ଥାନୀୟ ଅଞ୍ଚଳ ର ଆଦିବାସୀ ଜାତି ଜନଜାତି ର ପିଲାମାନେ ପାଠ ପାଢ଼ୀ ଛାତ୍ର ବାସ ରେ ରହିବା ନିମନ୍ତେ ଡଂକ ହଷ୍ଟେଲ ଗୃହ କୋଟି କୋଟି ଟଙ୍କା ବ୍ୟାୟରେ ନିର୍ମାଣ କରାଗଲା କିନ୍ତୁ ତାହା କାର୍ଯ୍ୟକ୍ଷେମ ହୋଇପାରିଲା ସେହି ହଷ୍ଟେଲ ଗୃହ ଟି ବର୍ତମାନ ଅସାମାଜିକ ବ୍ୟକ୍ତି ଙ୍କ ଆଡାସ୍ଥଳୀ ପାଲିଟିଛି ବୋଲି ଜନସାଧାରଣ ଅଭିଯୋଗ କରିଛନ୍ତି l ନେତା ମନ୍ତ୍ରୀ ବିଧାୟକ ସାଂସଦ ଆସନ୍ତି ପ୍ରତିଶୃତି ଦିଅନ୍ତି କିନ୍ତୁ କିଛି କାର୍ଯ୍ୟକାରୀ ହେଉନାହିଁ ସେମାନଙ୍କ ପ୍ରତିଶୃତି ପାଣିର ଗାର ସଦୃଶ୍ୟ ବୋଲି ସ୍ଥାନୀୟ ବାସୀ କହୁଛନ୍ତି l ପଦ୍ମପୁର ପ୍ରତି ସରକାର ଙ୍କ କାହିଁକି ବୈମାତୃକ ମନଭାବ ବୋଲି ଲୋକେ ପ୍ରଶ୍ନ କରିଛନ୍ତି l