ରାୟଗଡା ଜ଼ିଲ୍ଲା ରେ ଧୂମଧାମ ରେ ହୋଲିଉତ୍ସବ ପାଳିତ

ରାୟଗଡା,(ଅମୁଲ୍ୟ ନିଶଙ୍କ):ରଙ୍ଗ ର ଉତ୍ସବ ହୋଲି ରାୟଗଡା ଜ଼ିଲ୍ଲା ର ଗାଁ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ଜାତିବର୍ଣ୍ଣ ଧର୍ମ ନିର୍ବିଶେଷରେ ଛୋଟ ଛୋଟ ପିଲାଠାରୁ ଆରମ୍ଭ କରି ବୟସ୍କ କ ପର୍ଯ୍ୟନ୍ତ ସମସ୍ତେ ହୋଲିର ରଙ୍ଗ ରେ ମଜି ରଙ୍ଗ ଖେଳିଥିବାର ଦେଖିବାକୁ. ମିଳିଥିଲା l ଆଜିର ଏହି ହୋଲି ଅବସର ରେ ମନ୍ତ୍ରୀ ଜଗନ୍ନାଥ ସାରକା ଙ୍କ ସହିତ ସାମ୍ବାଦିକ, ବିଭିନ୍ନ ଅନୁଷ୍ଠାନ ର କର୍ମଚାରୀ ଙ୍କ ସମତେ ବିଭିନ୍ନ ଦଳ ର ନେତା କର୍ମୀ ଙ୍କ ସହିତ ହୋଲି ଖେଳିଥିଲେ l ସହର ର ବିଭିନ୍ନ ସ୍ଥାନ ରେ ନିଜ ନିଜ ସାଙ୍ଗ ସାଥୀଙ୍କ ସହିତ ସମସ୍ତେ ହୋଲି ର ରଙ୍ଗ ରେ ମଜିଯାଇଥିଲେ l ରାୟଗଡା କଲେଜ ର ନାଗାବଳି ଛାତ୍ରା ବାସର ଛାତ୍ର ମାନେ ହୋଲି ଉତ୍ସବ ପଲିଥିବା ବେଳେ ରାୟଗଡା ସ୍ୱତନ୍ତ୍ର ଉନୟନ ପରିଷଦ ଅଧକ୍ଷା ଅନୁସୟା ମାଝୀ ଙ୍କ ଦ୍ୱାରା ଆୟୋଜିତ ହୋଲି ଉତ୍ସବ ତାଙ୍କରି ଘର ନିକଟରେ ସହର ଶତାଧିକ ମହିଳା ମାନେ ଏକତ୍ରିତ ହୋଇ ନାଚ ଗୀତ ମଧ୍ୟରେ ପରସ୍ପର କୁ ଶୁଭେଚ୍ଛା ଜଣାଇ ରଙ୍ଗ ର ଉତ୍ସବ ହୋଲି ପଲିଥିଲେ l ଠିକ ସେହିପରି ଆଜିକାର ହୋଲି ଉତ୍ସବ ଭାକୁରଗୁଡ଼ା ଗ୍ରାମର ଝିଅ ପୁଅ ଆନନ୍ଦ ସହକାରରେ ହୋଲି ଧୁମ୍ ଧାମ ପାଳନ କରିଥିଲେ ଶତ୍ରୁତାକୁ ଭୁଲି ନୂତନ ବନ୍ଧୁତା ସ୍ଥାପନ କରିବା ଓ ପୃଥିବୀରେ ଥିବା ଯାଏଁ ସମସ୍ତଙ୍କ ସହ ଆନନ୍ଦ ଉଲ୍ଲାସର ସହ ରହିବା ଏହି ହୋଲି ପର୍ବ ର ଲକ୍ଷ l ଜାତି ବର୍ଣ୍ଣ ଧର୍ମ ନିର୍ବିଶେଷରେ ସମସ୍ତେ ନିଜ ନିଜ ର ପୂର୍ବର ଶତ୍ରୁତା କୁ ଭୁଲି ହୋଲି ଖେଳ ରେ ମଜି ଯାଇଥିଲେ l