ଠାକୁରଗଡ଼,୦୯/୦୮(ବୁଲୁ ଦଳେଇ): ସମ୍ମିଳିତ ଆଦିବାସୀ ସମାଜ, ଅନୁଗୁଳ ଜିଲ୍ଲା ଆନୁକୁଲ୍ୟରେ ଆମ୍ବଶର ମୁଣ୍ଡା ଗୋଣ୍ଡ ଭବନ ଠାରେ ଜିଲ୍ଲା ସ୍ତରୀୟ ୨୯ତମ ବିଶ୍ଵ ଆଦିବାସୀ ଦିବସ ଜିଲ୍ଲା ଆବାହକ ପ୍ୟାରୀ ମୋହନ ନାୟକ ଙ୍କ ସଂଯୋଜନା ରେ ଓ ମାଗୁଣୀ ଚରଣ ନାୟକ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇ ଯାଇଛି। ସର୍ବୋପରି ଗୋଣ୍ଡ୍, ଶବର, କନ୍ଧ, କିଷାନ, କୋଡ଼ା, ମିର୍ଦ୍ଧା, ସାନ୍ତାଲ, ହୋ, ଭୂୟାଁ, ଖଇରା ଜନଜାତି ସମାଜ ର ନେତୃବର୍ଗ ଏଥିରେ ଯୋଗ ଦେଇ ଆଗାମୀ ଦିନରେ ସମାଜ ର ସଂସ୍କୃତି, ପରମ୍ପରା, ଜଳ, ଜଙ୍ଗଲ ଜମିର ଅଧିକାର, ପେସା ଆଇନ୍ ର କାର୍ଯ୍ୟକାରିତା, ସମାନ ନାଗରିକ ସଂହିତା ଜନଜାତି ପାଇଁ ଲାଗୁ ନ କରିବା, ସଂସ୍କୃତି ପରମ୍ପରା ନ ଥାଇ ଅଣ ଆଦିବାସୀ ଙ୍କୁ ଆଦିବାସୀ ତାଲିକାରେ ସାମିଲ୍ କରିବା, ମଣିପୁର ଘଟଣା ରେ ଅଭିଯୁକ୍ତ ମାନଙ୍କୁ ଉଚିତ୍ ଦଣ୍ଡ ଦେବା ସହ ଧର୍ମ ନାମରେ ଆଦିବାସୀ ଙ୍କ ଭବିଷ୍ୟତ କୁ ବାଟ ବଣା ନ କରିବା, ସମସ୍ତ ଆଦିବାସୀ ମାନଙ୍କୁ ସମ୍ବିଧାନର ଅଷ୍ଟମ ଅନୁଛେଦ ରେ ସାମିଲ କରିବା ପ୍ରଭୃତି ବିଷୟରେ ଆଲୋଚନା କରିବା ସହିତ ଏହାକୁ କାର୍ଯ୍ୟକାରୀ କରିବାକୁ କେନ୍ଦ୍ର ସରକାର, ରାଷ୍ଟ୍ରପତି ଓ ରାଜ୍ୟ ସରକାରଙ୍କୁ ଦାବୀ ପତ୍ର ଦେବା ପାଇଁ ସିଦ୍ଧାନ୍ତ ନିଆ ଯାଇଛି। ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ମହିଳା ସଭାନେତ୍ରୀ ସୁକାନ୍ତି ବାଲା ନାୟକ, ଉପ ସଭାନେତ୍ରୀ ଦମୟନ୍ତୀ ମହାପାତ୍ର, ଖଇରା ସମାଜ ସଭାପତି ମହାଦେବ ଭୋଇ, କନ୍ଧ ସମାଜ ସଭାପତି ବସନ୍ତ ପ୍ରଧାନ, କୋଦା ସମାଜ ସଭାପତି ଚିତ୍ତରଞ୍ଜନ ପ୍ରଧାନ, ଗୋନ୍ଦ୍ ସମାଜ ସଭାପତି ଚୌଧୁରୀ ଚରଣ ସାୟ, ଭଜମନ ନାୟକ, ଚୌର ପାତ୍ର, ଯୁଧିଷ୍ଠିର ସିଂହ, କୃଷ୍ଣ ଚନ୍ଦ୍ର ନାୟକ ପ୍ରମୁଖ ମଞ୍ଚା ସିନ ଥିଲେ।
Home Uncategorized ଅନୁଗୁଳ ଜିଲ୍ଲା ଆନୁକୁଲ୍ୟରେ ଆମ୍ବଶର ମୁଣ୍ଡା ଗୋଣ୍ଡ ଭବନ ଠାରେ ଜିଲ୍ଲା ସ୍ତରୀୟ ୨୯ତମ ବିଶ୍ଵ...