ଚିଲିକା ବ୍ଲକର ଏହି ଅଞ୍ଚଳରେ ଲାଗିଲା ମାଇକ୍ରୋ କଣ୍ଟେନମେଣ୍ଟ ଜୋନ

ଚିଲିକା,୨୭/୦୫(ବିନୁ ଦାସ) : ରାଜ୍ୟରେ ଲଗାତର ଭାବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଛି । ଖୋର୍ଦ୍ଧା ଜିଲ୍ଲାରେ ମଧ୍ୟ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉନାହିଁ ।  ଜିଲ୍ଲାର ଚିଲିକା ବ୍ଳକ ବଡକୁଳ ଗ୍ରାମ ପଞ୍ଚାଯତ ଅନ୍ତର୍ଗତ ରାଉତରାପଲ୍ଲୀ ଓ ଖଡିକାପଲ୍ଲୀ ଗାଁରେ ୧୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହେବାପରେ ୧୦ଦିନ ପାଇଁ ୨୭।୦୫।୨୧ ସଂଧ୍ୟା ୭ଟା ଠାରୁ ୦୫।୦୬।୨୧ ତାରିଖ ରାତ୍ର ୯ ଘଟିକା ପର୍ଯ୍ୟନ୍ତ ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଏହି ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ‌ କରାଯାଇଛି । ସୂଚନାନୁସାରେ, ଦୁଇଗୋଟି ଗ୍ରାମରେ ୧୧ ଜଣ ପଜିଟିଭ୍ ଚିହ୍ନଟ ହୋଇଥିଲେ । ଏତେ ସଂଖ୍ୟକ ପଜିଟିଭ୍ ଚିହ୍ନଟ ହେବା ପରେ ଗୋଷ୍ଠୀ ସଂକ୍ରମଣର ଭୟ ରହିଛି । ତେଣୁ ସଂକ୍ରମଣ ଚେନ୍ ଭାଙ୍ଗିବା ସହ ଗତିରେ ରୋକ୍ ଲଗାଇବା ପାଇଁ ଉଭୟ ଗ୍ରାମର ୧୧ ଗୋଟି ଘରକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି । ଏହାସହ ସହିତ ପ୍ରବେଶ ପଥରେ ବାଡ଼ ବସାଇ ସିଲ୍‌ କରିଛନ୍ତି । ଗ୍ରାମ ଭିତରକୁ କେହି ପ୍ରବେଶ କରିପାରିବେ ନାହିଁ କିମ୍ବା ଗ୍ରାମରୁ କେହି ବାହାରକୁ ଯାଇପାରାବେ ନାହିଁ ବୋଲି ସରପଞ୍ଚ ନିର୍ଦ୍ଦେଶ ଦେଇଛନ୍ତି ।