ଖୋର୍ଦ୍ଧା,୧୫।୦୫: ଓଡ଼ିଶାରେ କରୋନା ମହାମାରୀ ସମୟରେ ରକ୍ତ ଅଭାବ ଦୂରୀକରଣ ନିମନ୍ତେ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଛୋଟ ଛୋଟ ରକ୍ତଦାନ ଶିବିର ଆୟୋଜନ କରିବା ପାଇଁ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ଶ୍ରୀ ଦେବୀ ରଞ୍ଜନ ତ୍ରିପାଠୀ ଦେଇଥିବା ନିର୍ଦ୍ଦେଶକୁ ପାଳନ କରି ଆଜି ବିଜୁ ଛାତ୍ର ଜନତା ଦଳ ତରଫରୁ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଜଟଣୀ ନିର୍ବାଚନ ମଣ୍ଡଳୀର ନାଲିପଡା-ଅର୍ଜୁନପୁର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ବିଜୁ ଛାତ୍ର ଜନତା ଦଳର ଖୋର୍ଦ୍ଧା ଜିଲ୍ଲା ଉପ ସଭାପତି ଶୁଭ୍ରମ କେଶରୀ ବଡ଼ଜେନାଙ୍କ ଅଧକ୍ଷତାରରେ ଏକ ରକ୍ତ ଦାନ ଶିବିର ଆୟୋଜନ କରାଯାଇ ୨୬ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । ଖୋର୍ଦ୍ଧା ଜିଲ୍ଲା ବିଜୁ ଛାତ୍ର ଜନତା ଦଳର ସଭାପତି ଶ୍ରୀ ବିଶ୍ବଦୀପ ପ୍ରଧାନ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଏହି ଶିବିରକୁ ଉଦ୍ଘାଟନ କରିଥିଲେ।
ଏହି ଅବସରରେ ସ୍ଥାନୀୟ ସରପଞ୍ଚ ସୁବାସିନୀ ଦାସ, ସମାଜସେବୀ ଦେବଦତ୍ତ ଗୋପାଳକୃଷ୍ଣ, ମନୋରଞ୍ଜନ ବଡ଼ଜେନା , ଜିଲ୍ଲା ସାଧାରଣ ସମ୍ପାଦକ ଅଭିଜିତ୍ ସାମଲ, ସମ୍ପାଦକ ଦେବୀ ପ୍ରସାଦ ଦାସ ପ୍ରମୂଖ ଯୋଗଦେଇଥିଲେ।
ଛାତ୍ର ଜନତାର ଏହି କାର୍ଯ୍ୟକ୍ରମକୁ ଖୋର୍ଦ୍ଧା ଜିଲ୍ଲା ବିଜେଡି ସଭାପତି ଶ୍ରୀଯୁକ୍ତ ବିଭୂତି ଭୂଷଣ ବଳବନ୍ତରାୟ ଏବଂ ଜିଲ୍ଲା ପରିଷଦ ସଭାପତି ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ଦଳେଇ ଭୂୟସୀ ପ୍ରଶଂସା କରିଛନ୍ତି।