ଟାଙ୍ଗୀ: ବ୍ୟାଙ୍କ କର୍ମଚାରୀ କୋଭିଡ ଆକ୍ରାନ୍ତ କିନ୍ତୁ ସରକାରୀ ଟୀକା ମିଳିବାରେ ପାତର ଅନ୍ତର

ଟାଙ୍ଗୀ:୧୫/୦୫(ବିନୁ ଦାସ୍) ଖୋର୍ଦ୍ଧା ଜିଲ୍ଲାରେ ମହାମାରୀ କରୋନା ଅତି ବିପଦଜନକ ସ୍ଥିତିରେ ରହିଥିବା ବେଳେ ସରକାରୀ ସ୍ତରରେ କୋଭିଡ ଟୀକା ଦେବାକୁ ନେଇ ପାତର ଅନ୍ତର ନୀତି ଅଭିଯୋଗ ଆସିଛି । ସମ୍ମୁଖ ଯୋଦ୍ଧା ଭାବେ ଅହରହ ସେବା ଯୋଗାଇ ଆସୁଥିବା ବ୍ୟାଙ୍କ ଗୁଡିକରେ କାର୍ଯ୍ୟ ସମ୍ପାଦନ କରୁଥିବା କର୍ମଚାରୀ ଏବେ ଭୟଭୀତ । ଗୋଟିଏ ପଟେ ଅଳ୍ପ ସଂଖ୍ୟକ କର୍ମଚାରୀ ନେଇ କାମ କରାଯାଉଥିବା ବେଳେ ଅପରପକ୍ଷରେ ସରକାରୀ ଉଦାସୀନତା ଯୋଗୁଁ ବଳି ପଡୁଛନ୍ତି ନିରୀହ କର୍ମଚାରୀ । ଆମେ ସୁଚେଇଦେବାକୁ ଚାହୁଁ କି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ କାଳୁପଡ଼ା ଘାଟ ଅଞ୍ଚଳରେ ଅବସ୍ଥିତ ଦୁଇଗୋଟି ବ୍ୟାଙ୍କ ଯଥା କାନାରା ବ୍ୟାଙ୍କ ଏବଂ ଇଣ୍ଡିଆନ ବ୍ୟାଙ୍କ ପରିସରରେ ବର୍ତ୍ତମାନ ମହାମାରୀ କରୋନା ପାଦ ଥାପି ସଂକ୍ରମଣ କରୁଛି । ଯାହା ଫଳରେ ଦୁଇଟି ବ୍ୟାଙ୍କ ମଧ୍ୟରୁ ଜଣେ ଶାଖା ପରିଚାଳକ(ମ୍ୟାନେଜର) ଆକ୍ରାନ୍ତ ହେବାବେଳେ ଅନ୍ୟ ଏକ ବ୍ୟାଙ୍କର ଫିଲଡ଼ ଅଫିସର ମଧ୍ୟ ସଂକ୍ରମିତ ହୋୋଇଛନ୍ତି । ସରକାରୀ ନିୟମାନୁସାରେ ଆଗଧାଡ଼ିରେ କାମ କରୁଥିବା କର୍ମଚାରୀ ମାନଙ୍କୁ ବାଧ୍ୟତାମୂଳକ ଟିକା ଦାନ ହୋଇଥିବା ବେଳେ ଏମାନଙ୍କ ପାଇଁ ଟୀକା ଦାନ ସାତ ସପନ ପାଲଟିଛି ।

ୟେ ବିଷୟରେ ଆମ ପ୍ରତିନିଧି ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଡା: ଜିତେନ୍ଦ୍ର କୁମାର ସାହୁଙ୍କ ସହ ଯୋଗାଯୋଗ କରିଥିଲେ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ କହିଥିଲେ କି ଟୀକା ନାହିଁ ଅଧିକ ଆବଶ୍ୟକ ହେଲେ ଭୁବନେଶ୍ୱର ଯାଇ ଟୀକା ଦିଅନ୍ତୁ ନଚେତ ଜିଲ୍ଲାପାଳ ଖୋର୍ଦ୍ଧା ଙ୍କର ଦୃଷ୍ଟି ଆକର୍ଷଣ କରିବାକୁ । ଅପରପକ୍ଷରେ କାନାଡ଼ା ବ୍ୟାଙ୍କ ମ୍ୟାନେଜର ଯୋଗାଯୋଗ କରିବାରୁ ଡା: ସାହୁ କହିଥିଲେ କି କାଳୁପଡ଼ା ଘାଟରେ ବ୍ୟାଙ୍କଟି ଯେହେତୁ ଅଛି ଯାହାକି ଚିଲିକା ବ୍ଲକ ଅନ୍ତର୍ଭୁକ୍ତ । ତେଣୁ ଚିଲିକା ବ୍ଲକ ଅଞ୍ଚଳବାସୀ ଟାଙ୍ଗୀରେ ଟୀକାଦାନ ଦେଇପାରିବେ ନାହିଁ । ଯାହାକି ଅଞ୍ଚଳବାସୀଙ୍କୁ ବ୍ୟଥିତ କରିଛି । କାରଣ କାଳୁପଡ଼ା ଘାଟ ଅଞ୍ଚଳବାସୀ ଟାଙ୍ଗୀ ଡାକ୍ତର ଖାନା ଉପରେ ନିର୍ଭର ଶୀଳ ଯଦି ଏହିଭଳି ଆଗକୁ ଅସୁବିଧା ହୁଏ ତ ଅଞ୍ଚଳବାସୀ ବାଧ୍ୟହୋଇ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବେ ବୋଲି ଚେତାବନୀ ଦେଇଛନ୍ତି । ଅପରପକ୍ଷରେ ସରକାର ସମ୍ପୃକ୍ତ ବ୍ୟାଙ୍କ କର୍ମଚାରୀ ମାନଙ୍କୁ ଖୁବଶୀଘ୍ର ଟୀକା ଦେବାର ବ୍ୟବସ୍ଥା ନକଲେ ବାଧ୍ୟ ହୋଇ ବ୍ୟାଙ୍କ ତାଲା ପକେଇ ବନ୍ଦ କରିବାକୁ ପରୋକ୍ଷ ଚେତାବନୀ ଦେଇଛନ୍ତି । ଏଠାରେ ପ୍ରଶ୍ନ ଉଠେ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କଣ କେବଳ ଟାଙ୍ଗୀ ଅଞ୍ଚଳବାସୀଙ୍କ ପାଇଁ ଉଦିଷ୍ଟ କି ସରକାର ଏ ଦିଗରେ ବିଚାର କରି ପଦକ୍ଷେପ ନେବାକୁ ଅଞ୍ଚଳବାସୀ ନିବେଦନ କରିଛନ୍ତି ।