ଓଡ଼ିଶାରେ ଆରମ୍ଭ ହେଲା କୋଭାକ୍ସିନ ଟିକାର ମାନବ ପରୀକ୍ଷଣ ।

ଭୁବନେଶ୍ୱର, ୨୭/୦୭ : ଦେଶ ଓ ରାଜ୍ୟରେ କରୋନା ସ୍ଥିତି ଅତି ଗମ୍ଭୀର ରହିଛି । ଦିନକୁ ଦିନ ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ବଢ଼ି ବଢ଼ି ଚାଲିଛି । ଏହାରି ମଧ୍ୟରେ ଭାରତ ବାୟୋଟେକ ପକ୍ଷରୁ ପ୍ରସ୍ତୁତ ହେଉଥିବା କୋଭାକ୍ସିନ ଟିକା ସଫଳତା ଦିଗକୁ ଗତି କରୁଛି । ଆଜି ଓଡ଼ିଶାରେ ଏହି କୋଭାକ୍ସିନ ଟିକାର ମାନବ ପରୀକ୍ଷଣ ଆରମ୍ଭ ହୋଇଛି । ଭୁବନେଶ୍ବର ସମ୍‌ ହସ୍ପିଟାଲରେ କୋରୋନା ଟିକାର ମାନବ ପରୀକ୍ଷଣ ଆରମ୍ଭ , ପଞ୍ଜୀକୃତ ସ୍ବେଚ୍ଛାସେବୀଙ୍କ ଉପରେ ପ୍ରୟୋଗ କରାଗଲା କୋରୋନା ଟିକା, ବିଭିନ୍ନ ପର୍ଯ୍ୟାୟରେ ସ୍ବାସ୍ଥ୍ୟ ଯାଞ୍ଚ ପରେ ପ୍ରୟୋଗ କରାଗଲା ଟିକା ।