ମାହାଙ୍ଗା : ମହାମାରୀରେ ମହାପୁଣ୍ୟ । କଥାଟା ଆପଣଙ୍କୁ ବୁଝା ପଡୁନଥିବ । ହେଲେ ଏକ ନବ ଦମ୍ପତି ମୁହଁରେ ମାସ୍କ ପିନ୍ଧି ନିରାଡ଼ମ୍ବର ଭାବେ କରୋନାର ସମସ୍ତ କଟକଣା ମାନି ବିବାହ କରିଛନ୍ତି । ଚତୁର୍ଥୀ ଦିନ ଭୋଜି ନଦେଇ ସେ ବାବଦ ଖର୍ଚ୍ଚ ହେବାପାଇଁ ଥିବା ୪୦ ହଜାର ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଜିଲ୍ଲାପାଳଙ୍କ ଜରିଆରେ ଦାନ କରିଛନ୍ତି । ସେମାନଙ୍କ ବିଶ୍ଵାସ, ଅତିଥିମାନଙ୍କୁ ଭୋଜିଭାତ ଦେଇ ଯେତିକି ପୁଣ୍ୟ ମିଳିଥାନ୍ତା, କରୋନା ଲଢେଇ ପାଇଁ ଏଇ ସ୍ୱଳ୍ପ ସହାୟତା ସେମାନଙ୍କୁ ଅଧିକ ଆତ୍ମତୃପ୍ତି ଦେବ । କଟକ ପାଗା ଅନ୍ତର୍ଗତ ପୁରୁଷୋତ୍ତମପୁରର ନବଦମ୍ପତି ଆଶିଷ ସ୍ୱାଇଁ ଓ ବୈଶାଳୀ ସାହୁ ଏଭଳି ମହାନ୍ କାମ କରିଛନ୍ତି ।