ବାଲେଶ୍ୱର ଜିଲ୍ଲାପାଳ ଆଜି (୧୨.୦୫.୨୦) ମଧ୍ୟରାତ୍ରୀ ୧୨ଟାରୁ ଆସନ୍ତାକାଲି (୧୩.୦୫.୨୦) ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବାଲେଶ୍ୱର ପୌରାଞ୍ଚଳ ଅନ୍ତର୍ଗତ ଲକ୍ଷ୍ମୀ ନାରାୟଣ ମନ୍ଦିର ଠାରୁ ସୁରଜ ହୋଟେଲ ଛକ ପର୍ଯ୍ୟନ୍ତ ସମ୍ପୂର୍ଣ କର୍ଫ୍ୟୁ ଘୋଷଣା କରିଛନ୍ତି। ଏହି ସମୟ ମଧ୍ୟରେ ସମସ୍ତପ୍ରକାର ଦୋକାନ ବଜାର ବନ୍ଦ ରହିବ। କୌଣସି ପ୍ରକାରର ଗାଡି ଚଳାଚଳ ମଧ୍ୟ ବନ୍ଦ ରହିବ। ନିର୍ଦ୍ଦେଶ ଅମାନ୍ୟ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।