ବାଲୁଗାଁ ରେ ତାଳଗଛକୁ ବାଳ ଫିଙ୍ଗିଲେ ସ୍ୱାସ୍ଥ୍ୟ ଅଧିକାରୀ ।

ବାଲୁଗାଁ ୧୮/୦୭ : ଆଜିର ଗଣତନ୍ତ୍ର ରାଷ୍ଟ୍ରରେ ସ୍ୱାସ୍ଥ୍ୟଗତ ସାମ୍ବିଧାନିକ ଅଧିକାରକୁ ଅସମ୍ମାନ କରୁଛି ବାଲୁଗାଁ ସ୍ୱାସ୍ଥ୍ୟ ଅଧିକାରୀ ଓ ତାଙ୍କ ସହିତ ହାତ ମିଳାଇଛନ୍ତି ଖୋର୍ଦ୍ଧା ଜିଲ୍ଲା ସାସ୍ଥ୍ୟ ଅଧିକାରୀ । ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ନୋଟିସ୍ ମରାଯାଇ ୪୮ ଘଣ୍ଟା ପାଇଁ ଅର୍ଥାତ ୧୭.୦୭.୨୦୨୦ ସନ୍ଧ୍ୟା ୬ ଠାରୁ ୧୯.୦୭.୨୦୨୦ ସନ୍ଧ୍ୟା ୬ ପର୍ଯ୍ୟନ୍ତ OUTDOOR ବନ୍ଦକରି ସେପଟେ ଅନ୍ଦର ମହଲରେ ଅସାଧାରଣରେ ଆଖିଠାରରେ ଚିକିସ୍ଛା କରି ପାତର ଅନ୍ତର ନିତିକୁ ଆଦରି ନିଆଯାଇଛି । ଏହି ବନ୍ଦର କାରଣ କୌଣସି ସ୍ପଷ୍ଟ ନଥିଲେ ମଧ୍ୟ ସାଧାରଣ ଲୋକଙ୍କୁ ଭୂଆଁ ବୁଲା ଯାଉଛି । କରୋନା ସ୍ଥିତିରେ ଏପରି ଅଧିକାରୀଙ୍କ ଏତାଦୃଶ କାର୍ଯ୍ୟ ସାଧାରଣଙ୍କୁ ନିର୍ଯ୍ୟାତନା ଦେଇ ସ୍ୱାସ୍ଥ୍ୟଗତ ଅଧିକାରକୁ କ୍ଷୁର୍ଣ କରୁଛି । ଏହି ଘଟଣାରେ ଖୋର୍ଦ୍ଧା ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ କଥାହେଲା ବାଲୁଗାଁ CHC ରେ OPD ଚାଲିଛି । ଆଶ୍ଚର୍ଯ୍ୟ ର କଥା ଜିଲ୍ଲା ଅଧିକାରୀ ଓ ଆଞ୍ଚଳିକ ଅଧିକାରୀ ମାନଙ୍କ କଥାରେ ତାଳମେଳ ନଥିବା ବେଳେ ସାଧାରଣରେ ଏହାକୁ ନେଇ ତାଳଗଛକୁ ବାଳ ଫୋପଡା ରୁଢି ରେ ଘୋଷା ଚାଲିଛି |