ଆଠମଲ୍ଲିକ,ତା୦୩-୦୬/ ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ଠାକୁରଗଡ଼ ଗ୍ରାମ ପଂଚାୟତ ର ହତାସିମିଲି ଗ୍ରାମରେ ଦେଶ ବ୍ୟାପି ହେଉଥିବା ବିକଶିତ କୃଷି ସଂକଳ୍ପ ଅଭିଯାନର ଏକ ସଚେତନା କର୍ମଶାଳା ଆୟୋଜିତ ହୋଇଥିଲା,। ଏଥିରେ ଜିଲ୍ଲାର କୃଷି ବିଜ୍ଞାନ କେନ୍ଦ୍ର ତଥା କୃଷି ଓ କୃଷକ ସଶକ୍ତି କରଣ ବିଭାଗ ଦ୍ଵାରା ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଠାକୁରଗଡ଼ ଗ୍ରାମ ପଂଚାୟତ ର ସରପଞ୍ଚ ଶ୍ରୀ ଚାରୁଲତା ମିଶ୍ର ଯୋଗଦାନ କରିଥିଲେ,। ଅନ୍ୟାନ୍ୟ ଅଧିକାରୀ ମାନଙ୍କ ମଧ୍ୟରେ କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ଡ଼ ଦେବାଶିଷ ମିଶ୍ର, ଆଠମଲ୍ଲିକ କୃଷି ଜିଲ୍ଲା ଅଧିକାରୀ ଶ୍ରୀ ଜଗନ୍ନାଥ ବାରିକ ସହକାରୀ ଉଦ୍ୟାନ କୃଷି ଅଧିକାରୀ ଆଦି ଯୋଗ ଦେଇଥିଲେ,। ଏହି କାର୍ଯ୍ୟକ୍ରମ ରେ ଠାକୁରଗଡ଼ ଗ୍ରାମ ପଂଚାୟତର ପ୍ରାୟ ୨୫୦ ଜଣ କୃଷକ ଏବଂ କୃଷି ଯିବି ମହିଳା ଯୋଗ ଦାନ କରିଥିଲେ,। କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଦ୍ଵାରା ପ୍ରବର୍ତ୍ତିତ ବିଭିନ୍ନ କୃଷି ଉନ୍ନତି ଯୋଜନା ଗୁଡିକ ଉପରେ ଯୋଗଦାନ କରିଥିବା କୃଷକ ମାନଙ୍କୁ ସଚେତନ କରିଥିଲେ,। ସହକାରୀ ଉଦ୍ୟାନ କୃଷି ଅଧିକାରୀ କୃଷକ ମାନଙ୍କୁ ଉଦ୍ୟାନ କୃଷି ସମ୍ଭନ୍ଦୀୟ ବିଭିନ୍ନ ଯୋଜନା ଏବଂ ତତ ସଲଗ୍ନ ରିହାତି ତଥା ଉକୃଷ୍ଟ ମାନର ଅଧିକ ଅମଳ କ୍ଷମ ଓ ଶଙ୍କର କିସମ ଫଳ ଓ ପନିପରିବା କିସମ ଉପରେ ଆଲୋଚନା କରିଥିଲେ,।ପରିଶେଷରେ କୃଷି ବିଜ୍ଞାନ କେନ୍ଦ୍ର ମୁଖ୍ୟ ଡ଼ ମିଶ୍ର,କୃଷକ ବୈଜ୍ଞାନିକ ଆଲୋଚନା ଚକ୍ରରେ ମାଧ୍ୟମ କୃଷକ ମାନଙ୍କ କ୍ଷେତ୍ର ଜନିତ ସମସ୍ୟା ଏବଂ ତାର ପ୍ରତିକାର ବିଷୟରେ ବୁଝାଇଥିଲେ,।ଯୋଗଦେଇଥିବା କୃଷକ ଓ କୃଷି ଜିବି ମହିଳା ମାନେ ଏହି କାର୍ଯ୍ୟକ୍ରମ କୁ ଆସି ଆନନ୍ଦିତ ହେବା ସହ ଖରିଫ ଋତୁ ପୂର୍ବରୁ ଏହିଭଳି କାର୍ଯ୍ୟକ୍ରମ ସଂଗଠିତ କରିଥିବାରୁ ସରକାର ଙ୍କୁ ଧନ୍ୟବାଦ ଦେଇଥିଲେ,। କାର୍ଯ୍ୟକ୍ରମକୁ କୃଷି ସମ୍ପ୍ରସାରଣ ଅଧିକାରୀ ସୁନୀଲ କୁମାର ପ୍ରଧାନ ସଂଯୋଜନା କରିଥିଲେ।