ପୁରୀ୨୨/୬: ସୋମବାର ରାତି ୯ଟାରୁ ପୁରୀରେ ଲାଗୁ ହୋଇଥିବା କର୍ଫ୍ୟୁକୁ ସାମାନ୍ୟ କୋହଳ କରାଯାଇଛି । ମଙ୍ଗଳବାର ରଥଯାତ୍ରା ଶୃଙ୍ଖଳିତ ଭାବେ ଅନୁଷ୍ଠିତ ହେବା ପରେ ଅନେକ ସ୍ଥାନରେ କର୍ଫ୍ୟୁ କୋହଳ ହୋଇଛି ।
ରଥଯାତ୍ରା ପାଇଁ ସୋମବାର ରାତି ୯ଟାରୁ କର୍ଫ୍ୟୁ ଜାରି ହୋଇଥିଲା। ରାତି ୯ଟାରୁ ପୁରୀରେ ସଟ୍ଡାଉନ୍ ଘୋଷଣା ହୋଇଥିଲା । ଏଥର ରଥ ଟାଣି ପାରିନଥିଲେ ଭକ୍ତ। କଟକଣା ଭିତରେ ରଥଯାତ୍ରା ଅନୁଷ୍ଠିତ ହୋଇଥିଲା । ବଡଶଙ୍ଖରୁ ମାଟିଆପଡା ଓ ଶ୍ରୀଗୁଣ୍ଡିଚା ମନ୍ଦିରର ପାଖରେ କର୍ଫ୍ୟୁ ବଳବତ୍ତର ରହିଛି ।
ସୋମବାର ସୁପ୍ରିମକୋର୍ଟ ସର୍ତ୍ତମୂଳକ ଭାବେ କେବଳ ପୁରୀ ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ରଥ ଯାତ୍ରା ହେବ ନାହିଁ ବୋଲି କହିଥିଲେ। ଫଳରେ ଲାଇଭ୍ ଟେଲିକାଷ୍ଟରେ ରଥଯାତ୍ରା ଦେଖିଥିଲେ ଭକ୍ତ।