ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାରୁ ଆଜି ୩୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ଗଞ୍ଜାମରେ ସଂକ୍ରମିତ ସଂଖ୍ୟା ୯୨୫ରେ ପହଞ୍ଚିଛି।
ସୋମବାର ଗଞ୍ଜାମରୁ ଚିହ୍ନଟ ହୋଇଥିବା ୩୨ଜଣଙ୍କ ମଧ୍ୟରେ ଦୁଇଜଣ କରୋନା ଯୋଦ୍ଧା ରହିଛନ୍ତି। ଜଣେ ଭଞ୍ଜନଗର-୧ ଅଞ୍ଚଳର ଓ ଅନ୍ୟ ଜଣେ ଏଏସ୍ଏକେଏ-୧ ଅଞ୍ଚଳର ବୋଲି ଜଣାପଡ଼ିଛି। ସେହିପରି ଚିହ୍ନଟ ହୋଇଥିବା ୭ଜଣଙ୍କ ମଧ୍ୟରୁ ୪ଜଣ ସୁରାଟା ଫେରନ୍ତା, ଜଣେ ତାମିଲନାଡୁ ଫେରନ୍ତା, ଜଣେ ମହାରାଷ୍ଟ୍ର ଫେରନ୍ତା ଓ ଜଣେ କୋଲ୍ଲାପୁର ଫେରାନ୍ତା। ବେଲାଗୁଣ୍ଟା ଅଞ୍ଚଳରୁ ଜଣେ, ବୁଗୁଡାରୁ ଦୁଇଜଣ, କେ.ଏସ୍ ନଗରରୁ ଦୁଇଜଣ, ଖଲିକୋଟ ଜଣେ ଓ ପୋଲୋସୋରାରୁ ଜଣେ ଚିହ୍ନଟ ହୋଇଛନ୍ତି। ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ୨୩ଜଣଙ୍କ ମଧ୍ୟରୁ ୩ଜଣ ଏଏସ୍କେଏ ଅଞ୍ଚଳର, ଜଣେ ବେଗୁନିଆପଡ଼ା ଅଞ୍ଚଳର, ଦୁଇଜଣ ବେଲାଗୁଣ୍ଟା ଅଞ୍ଚଳର, ଦୁଇଜଣ ବ୍ରହ୍ମପୁର ମୁନିସିପାଲଟି ଅଞ୍ଚଳର ଓ ଜଣେ ଦାରାକୋଟେ ଅଞ୍ଚଳର, ଚାରିଜଣ ଜେଏନ୍ ପ୍ରସାଦ ଅଞ୍ଚଳର, ଦୁଇଜଣ କେଏସ୍ ନଗର ଅଞ୍ଚଳର, ଦୁଇଜଣ ଖଲିକୋଟର, ୫ଜଣ କୁକୁଦାଖାଣ୍ଡି ଓ ଜଣେ ଶଙ୍ଖିଆମୁଣ୍ଡି ଅଞ୍ଚଳର ବୋଲି ଜଣାପଡ଼ିଛି।