କଟକ,୨୧/୦୬: କରୋନା ଆକ୍ରାନ୍ତ ହୋଇ କଟକରେ ଚିକିତ୍ସିତ ହେଉଥିବା ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ତାଙ୍କ ଘର ଗଞ୍ଜାମ ଜିଲ୍ଲାରେ ବୋଲି ଜଣା ପଡିଛି । ସେ ୧୦ ଦିନ ତଳେ କଟକ ଅଶ୍ୱିନୀ କୋଭିଡ୍ ହସ୍ପିଟାଲ୍ରେ ଭର୍ତ୍ତି ହୋଇଥିଲେ । ଶନିବାର ତାଙ୍କ ଦେହାନ୍ତ ହୋଇଥିବା କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ସୂଚନା ଦେଇଛନ୍ତି । ତେବେ ଏନେଇ ସରକାରୀ ସ୍ତରରେ ଏଯାଏ କିଛି ଘୋଷଣା କରାଯାଇନାହିଁ । ଅଶ୍ୱିନୀ କୋଭିଡ୍ ହସ୍ପିଟାଲରେ ଏହା ପ୍ରଥମ କରୋନା ମୃତ୍ୟୁ । ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୩ରେ ପହଞ୍ଚିବ ବୋଲି କୁହାଯାଉଛି ।