ଖୋର୍ଦ୍ଧା: ଜଟଣୀ ସୀତାରାମ ଛକ ଠାରେ ଜିଲ୍ଲା ବିଜେଡ଼ି ସଭାପତି ତଥା ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ବିଭୂତି ଭୂଷଣ ବଳବନ୍ତରାୟ ଙ୍କ ଆହ୍ୱାନ କ୍ରମେ ଜଟଣୀ ନଗର ବିଜେଡ଼ି ତରଫରୁ ଭାରତ ଚାଇନା ସୀମାର ଗଲୱ୍ଆନ ଭାଲି ଠାରେ ୨୦ ଜଣ ଭାରତୀୟ ସହୀଦ ଯବାନଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ଏକ ମହମବତୀ ଶୋଭାଯାତ୍ରା କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଯୁବ ନେତା ବିଘ୍ନେଶ ବଳବନ୍ତରାୟ ପ୍ରଦୀପ ପ୍ରଜ୍ବଳନ କରି ସହିଦ୍ ଙ୍କ ଉଦ୍ଦେଶ୍ୟରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସମାଜସେବୀ ରାଜକିଶୋର ସ୍ୱାଇଁ , ଜଟଣୀ ନଗର ବିଜେଡ଼ି ସଭାପତି ଆଶୁତୋଷ ପ୍ରତାପ ସିଂହ, ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ସନ୍ତୋଷ ଜେନା ଉପସ୍ଥିତ ରହି ସହିଦ୍ ଯବାନଙ୍କ ପାଇଁ ଶୋକ ପ୍ରକାଶ କରିଥିଲେ।
ଅନ୍ୟ ମାନଙ୍କ ଭିତରେ ସୁଦର୍ଶନ ସୁନ୍ଦରାୟ, ନଳିନୀ ମହାନ୍ତି,ସୌମ୍ୟା ସୋମାଲିକା ରାୟ , ସୀମା ସୁବୁଦ୍ଧି,ମଂଜୁବାଳା ସାହୁ, ସୟଦ ହୁସେନ ରହିମ , ହେମନ୍ତ ମହାପାତ୍ର , ବିଜୟ କୁମାର ପଣ୍ଡା, ଏନ୍ ସୀତା , ବେଣୁଧର ମଂଗରାଜ , ଶୁଶାନ୍ତ ପାଲଟା ସିଂ , ପ୍ରଶାନ୍ତ ରଥ ପ୍ରମୁଖ ଯୋଗଦେଇ ସହିଦ୍ ମାନଙ୍କ ଉଦ୍ଦେଶ୍ୟରେ ସମ୍ମାନ ଜଣାଇଥିଲେ।