ଭୁବନେଶ୍ଵର ୧୯/୦୬: ଭୁବନେଶ୍ଵରରୁ ୨୪ଘଣ୍ଟା ମଧ୍ୟରେ ୭ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ଭୁବନେଶ୍ବରରେ କରୋନା ସଂକ୍ରମିତ ସଂଖ୍ୟା ୧୬୫ ଛୁଇଁଥିବା ବେଳେ ୮୩ ଜଣ ସୁସ୍ଥ ହୋଇଛନ୍ତି। ୩ଜଣ ମୃତ୍ୟୁ ଘଟିଛି। ବର୍ତ୍ତମାନ ୭୮ ଜଣ ସଂକ୍ରମିତଙ୍କ ଚିକିତ୍ସା ଚାଲଛି। ଏ ନେଇ ବିଏମସି ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି।