ଭୁବନେଶ୍ୱର, ୧୯ା୬: ପୁଣି ଓଡ଼ିଶାକୁ ପଙ୍ଗପାଳ ଭୟ ଘାରିଛି । ମଧ୍ୟପ୍ରଦେଶରୁ ପୁଣି ଛତିଶଗଡ଼ କୋରେୟା ଜିଲ୍ଲାକୁ ଫେରିଛନ୍ତି ପଙ୍ଗପାଳ । ଭରତପୁର ବ୍ଲକ କ୍ୟାଣ୍ଟି ପଞ୍ଚାୟତର ଡୋଙ୍ଗରଟୋଲିରେ ପଙ୍ଗପାଳ ଅଛନ୍ତି । ସୁନ୍ଦରଗଡ଼ରୁ ୩୨୦ କିଲୋମିଟର ଦୂରରେ କୋରେୟାରେ ପଙ୍ଗପାଳ ରହିଛନ୍ତି । କୀଟନାଶକ ସିଞ୍ଚନ ସହ ପଙ୍ଗପାଳ ଘଉଡାଇବାକୁ ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି । ଛତିଶଗଡ଼ କୋରେୟା ଜିଲ୍ଲା କୃଷି ଅଧିକାରୀ ଏନେଇ ସୂଚନା ଦେଇଛନ୍ତି ।
ବର୍ତ୍ତମାନ ଆଶଙ୍କା କରାଯାଉଛି ଯେ, ଏହି ପଙ୍ଗପାଳ ଦଳ ଯଦି ସୁନ୍ଦରଗଡ଼ ଜିଲ୍ଲା ମୁହାଁ ହୁଅନ୍ତି, ତେବେ ସ୍ଥିତି ଉଦ୍ବେଗଜନକ ରହିବ। କାହିଁକି ନା କରେୟା ଜିଲ୍ଲା ଠାରୁ ସୁନ୍ଦରଗଡ଼ର ଦୂରତା ମାତ୍ର ୩୨୦ କି.ମି. ଏହାକୁ ନେଇ ଚିନ୍ତାରେ ଓଡ଼ିଶା ଚାଷୀ।