ବିପଦ ପୂର୍ବରୁ ବନ୍ଧକୁ ସୁରକ୍ଷା ଦେଲେ ଯୁବଗୋଷ୍ଠୀ ।

ଖୋର୍ଦ୍ଧା ୧୯/୦୬ : ସରପାରି ରୁ ଛଣଗିରି କୁ ସଂଯୋଗ କରୁଥିବା ମନ୍ଦାକିନି ବନ୍ଧ ଦେଇ ଦୈନିକ ୧୦ ଟି ପଞ୍ଚାୟତ ର ଲୋକ ଯିବାଆସିବା କରନ୍ତି । ବନ୍ଧ ଟି ର ରକ୍ଷଣ ବ୍ୟକ୍ଷଣ ଅଭାବରୁ ବଡ ବଡ ବରଗଛ ମାନ ଉଠିଯାଇଥିଲା ଯାହା ଭବିଷ୍ୟତ ରେ ବନ୍ଧ ପାଇଁ ବିପଦ ପଲଟିଥାନ୍ତା । ଏଥିପ୍ରତି ପ୍ରସାଶନ ଦ୍ରୁଷ୍ଟି ନଦେବାରୁ ଏହାକୁ ଦେଖି ସରପାରି ର କିଛି ଯୁବଗୋଷ୍ଠୀ ମାୟାଧର, କୈଳାଶ, ସନ୍ଦିପ, ପ୍ରମୋଦ, ଧନେଶ୍ୱର, ସୁଧୀର, ତପନ, ଚିତ୍ତରଞ୍ଜନ ଯୁବଗୋଷ୍ଠୀ ମାନେ ସଫା କରି ବନ୍ଧ କୁ ସୁରକ୍ଷା ଦେଇଛନ୍ତି । ଏହାକୁ ସ୍ଥାନୀୟ ଅଞ୍ଚଳ ବାସୀ ପ୍ରସଂଶା କରିବା ସହ ପ୍ରଶାସନ ବନ୍ଧ ର ମରାମତି କରିବା ପ୍ରତି ଦ୍ରୁଷ୍ଟି ଦେବାକୁ ଦାବି ହୋଇଛି ।