ଭୁବନେଶ୍ୱର : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଡ୍ରାଇଭିଂ ଲାଇସେନ୍ସ ଟେଷ୍ଟ ବନ୍ଦ ରହିଥିଲା। ଆସନ୍ତା ୧୮ ତାରିଖରୁ ଡିଏଲ୍ ଟେଷ୍ଟ ଓ ୨୯ ତାରିଖରୁ ଏଲ୍ଏଲ୍ ଟେଷ୍ଟ ଆରମ୍ଭ ହେବ। ଆଜି ଏନେଇ ସୂଚନା ଦେଇଛନ୍ତି ପରିବହନ କମିସନର ସଂଜୀବ ପଣ୍ଡା।
ବୁଧବାର ଶ୍ରୀ ପଣ୍ଡା ଦେଇଥିବା ସୂଚନା ଅନୁଯାୟୀ ସାମାଜିକ ଦୂରତ୍ୱ ରକ୍ଷା କରିବା ସହିତ କୋଭିଡ-୧୯ ଗାଇଡଲାଇନକୁ ଅନୁସରଣ କରାଯାଇ ଟେଷ୍ଟ ହେବ। ଡିଏଲ୍ ଟେଷ୍ଟ ପାଇଁ ଗୁରୁବାର ସକାଳ ୭ଟାରୁ ସ୍ଲଟ ବୁକିଂ ହେବ। ସେହିଭଳି ଲର୍ଣ୍ଣିଂ ଲାଇସେନ୍ସ ସ୍ଲଟ ବୁକିଂ ୨୨ ତାରିଖ ଠାରୁ ଆରମ୍ଭ ହେବ। ଡିଏଲ୍ ଟେଷ୍ଟ ୧୮ରୁ ଓ ଏଲ୍ଏଲ୍ ଟେଷ୍ଟ ୨୯ରୁ ଆରମ୍ଭ କରାଯିବାକୁ ନିଷ୍ପତ୍ତି ହୋଇଛି। ଟେଷ୍ଟିଂ ସମୟରେ ସାମାଜିକ ଦୂରତ୍ୱ ପାଳନକୁ ଗୁରୁତ୍ୱ ଦେବାପାଇଁ ଆଞ୍ଚଳିକ ପରିବହନ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଆବେଦନ ସମୟରେ ସମସ୍ତ ଆବେଦନକାରୀ ଓ କର୍ମଚାରୀ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି ବୋଲି ସେ କହିଛନ୍ତି।