ଯୁବତୀକୁ ଅସଦାଚରଣ କରିବା ଅଭିଯୋଗରେ ସରପଞ୍ଚ ଗିରଫ ।

ଭୁବନେଶ୍ୱର : କ୍ୱାରେଣ୍ଟାଇନ୍‌ ସେଣ୍ଟରେ ଯୁବତୀକୁ ଅସଦାଚରଣ କରିବା ଅଭିଯୋଗରେ ସୋନପୁର ଅନ୍ଧାରୀବାଞ୍ଜି ସରପଞ୍ଚ ବନମାଳୀ ସାଙ୍କୁ ଗିରଫ। ତାଙ୍କୁ ଭୁବନେଶ୍ୱର ପଟିଆ ଅଞ୍ଚଳରୁ ସ୍ପେଶାଲ ସ୍କ୍ୱାର୍ଡ ଗିରଫ କରିଥିବା ଜଣାପଡିଛି।

ସୂଚନାଯୋଗ୍ୟ କରୋନା ଭାଇରସ୍‌ ସଂକ୍ରମଣ ରୋକିବାକୁ ରାଜ୍ୟ ସରକାର ନିୟମ କରିଛନ୍ତି ପ୍ରବାସୀମାନଙ୍କୁ କ୍ୱାରେଣ୍ଟାଇନ୍‌ ସେଣ୍ଟରେ ରହିବାକୁ ପଡିବ। ପରେ ଘରକୁ ଯିବାକୁ ଦିଆଯିବ ଅନୁମତି। କ୍ୱାରେଣ୍ଟାଇନ୍‌ କେନ୍ଦ୍ର ଦାୟିତ୍ୱରେ ରହିଛନ୍ତି। କିନ୍ତୁ ସୋନପୁର ଡୁଙ୍ଗୁରୀପାଲ୍ଲୀ ବ୍ଲକ୍‌ ଅନ୍ଧାରୀବାଞ୍ଜି କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ଥିବା ଜଣେ ଯୁବତୀଙ୍କୁ ସରପଞ୍ଚ ଦୁର୍ବ୍ୟବାହର କରିଥିବା ସୋସିଆଲ ମିଡ଼ିଆରେ ଭାଇରଲ୍‌ ହୋଇଥିଲା।