ରାଜ୍ୟରେ ଜୁନରେ ୩୦ ଯାଏଁ ଧାର୍ମିକ ଅନୁଷ୍ଠାନ ବନ୍ଦ୍ ରହିବ।

ଭୁବନେଶ୍ୱର : ସୋମବାର ଧର୍ମାନୁଷ୍ଠାନ ଖୋଲିବା ପାଇଁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ପରେ ଦେଶର ବିଭିନ୍ନ ରାଜ୍ୟରେ ଥିବା ପ୍ରମୁଖ ମନ୍ଦିର, ମସଜିଦ ଓ ଚର୍ଚ୍ଚଗୁଡ଼ିକ ଖୋଲିବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି। କିନ୍ତୁ ଓଡ଼ିଶାରେ ଏହି ନିୟମ ସମ୍ପୂର୍ଣ୍ଣ ଲାଗୁ ହେବନି। ରାଜ୍ୟରେ ଜୁନରେ ୩୦ ଯାଏଁ ଧାର୍ମିକ ଅନୁଷ୍ଠାନ ବନ୍ଦ୍ ରହିବ। ସେହିଭଳି ସପିଙ୍ଗ୍ ମଲ ମଧ୍ୟ ଜୁନ୍ ୩୦ ଯାଏ ନଖୋଲିବାକୁ ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି। ହୋଟେଲ ଗୁଡ଼ିକ ୩୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କାମ କରିବାକୁ ଅନୁମତି ମିଳିଛି। କେବଳ ହୋଟେଲ ଭିତରେ ରହୁଥିବା ଅତିଥିଙ୍କୁ ରେସ୍ତୋରାଁ ସେବା ମିଳିବ। ସେହିଭଳି ରେସ୍ତୋରାଁ ଗୁଡ଼ିକ କେବଳ ହୋମ୍ ଡେଲିଭରି ଓ ପାର୍ସଲ ସେବା ଯୋଗାଇ ପାରିବେ।