ଭୁବନେଶ୍ୱର: ଜୁଲାଇ ୨୭ରୁ ଆରମ୍ଭ ହେବ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ବା ଓଜେଇଇ। ଏନେଇ ରାଜ୍ୟ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ପଲିସି ପ୍ଲାନିଂ ବଡ଼ି ବୈଠକ ରେ ସ୍ଥିର ହୋଇଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି। ଏଇ ସପ୍ତାହରେ ଓଜେଇଇ ସେଲ୍ ପକ୍ଷରୁ ପରୀକ୍ଷା ସୂଚୀ ପ୍ରକାଶ କରାଯିବ। ଜୁଲାଇ ୨୭ ରୁ କେତେ ଦିନ ଯାଏ ପ୍ରବେଶିକା ପରୀକ୍ଷା ଚାଲିବ ସେନେଇ ମଧ୍ୟ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି। ପୂର୍ବରୁ ମେ ୨ ରୁ ୫ ଯାଏ ଓଜେଇଇ କରିବା ଲାଗି ନିଷ୍ପତ୍ତି ହୋଇଥିଲା। ମାତ୍ର ଚଳିତ ବର୍ଷ କରୋନା ପାଇଁ ପରୀକ୍ଷାକୁ ସ୍ଥଗିତ ରଖାଯାଇଥିଲା। କେବଳ ବି. ଟେକ୍ ଆଶାୟୀ ଛାତ୍ରଛାତ୍ରୀଙ୍କ ଲାଗି ଓଜେଇଇ ସମୟରେ ସ୍ଵତନ୍ତ୍ର ପରୀକ୍ଷା କରିବାକୁ ନିଷ୍ପତ୍ତି। ବିଗତ ବର୍ଷ ଗୁଡ଼ିକ ଭଳି ଚଳିତ ବର୍ଷ ସ୍ପେସାଲ୍ ଓଜେଇଇ ନକରିବାକୁ ନିଷ୍ପତ୍ତି ନିଆଯାଇଛି। ବି. ଟେକ୍ ଆଶାୟୀ ଛାତ୍ରଛାତ୍ରୀଙ୍କ ଲାଗି ଅନଲାଇନ୍ ଆବେଦନ ର ଶେଷ ତାରିଖ୧୫ ଜୁନ୍ ପର୍ଯ୍ୟନ୍ତ ବଢାଯାଇଛି। ସେହିପରି ଅନ୍ୟକୋର୍ସ ରେ ନାମ ଲେଖାଇବା ପାଇଁ ଆବେଦନର ଶେଷ ତାରିଖ ଜୁନ୍ ୭ ରଖାଯାଇଛି।