ରାଜଗାଙ୍ଗପୁର,୧୨/୭(ମନୋଜ ଭୋଳ): ଡାଲମିଆ ଭାରତ ଲିମିଟେଡ (ଡିବିଏଲ୍) ନିଜର କର୍ପୋରେଟ ସାମାଜିକ ଦାୟିତ୍ୱ ନିର୍ବାହ ଶାଖା ଡାଲମିଆ ଭାରତ ଫାଉଣ୍ଡେସନ (ଡିବିଏଫ୍) ଜରିଆରେ ବନ ସଂରକ୍ଷଣ ଏବଂ ପରିବେଶ ସୁରକ୍ଷା ନିମନ୍ତେ ସଚେତନତା ବୃଦ୍ଧି ଦିଗରେ ବାର୍ଷିକ ବୃକ୍ଷଚାରା ରୋପଣ ଉତ୍ସବ ‘ବନମହୋତ୍ସବ’ରେ ଅଂଶଗ୍ରହଣ ଦ୍ୱାରା ପରିବେଶ ସୁରକ୍ଷା ଦିଗରେ ନିଜର ପ୍ରତିବଦ୍ଧତାକୁ ଦୋହାରାଉଛି । ଏହି ପ୍ରୟାସର ଅଂଶସ୍ୱରୂପ ଡିବିଏଲ୍ ଏହାର ରାଜଗାଙ୍ଗପୁର ପ୍ରକଳ୍ପ, କଲୋନି ଏବଂ ବିଦ୍ୟାଳୟ ଚତୁର୍ପାଶ୍ୱର୍ରେ ପରିବେଶକୁ ସୌନ୍ଦର୍ଯ୍ୟମୟ କରିବା ଏବଂ ଏହାକୁ ପରିଷ୍କାର ଓ ସବୁଜିମାମଣ୍ଡିତ କରିବା ସକାଶେ ୧୫୦୦ ବୃକ୍ଷଚାରା ରୋପଣ କରିଛି ।
ଏହି ପ୍ରୟାସ ସମୂହର ଅଂଶସ୍ୱରୂପ ଏହି ଅଞ୍ଚଳର ଅଗ୍ରଣୀ ସିମେଣ୍ଟ ଉତ୍ପାଦନକାରୀ ରାଜଗାଙ୍ଗପୁରରେ ଏକ ତିନି ଦଶନ୍ଧି ପୁରାତନ ୩.୮ ଏକର ପରିମିତ ଆବର୍ଜନା ପକାଯାଉଥିବା ଅଞ୍ଚଳକୁ ହାତକୁ ନେବା ସହିତ ଏହାକୁ କିସ୍କିନ୍ଦା ବନ ଭାବରେ ପୁନଃନାମିତ କରିଛି ଏବଂ ଏହାକୁ ଶ୍ରୀ ଗଣେଶ ଡବ୍ଲୁ୍ୟ ଜିକୁଣ୍ଟୱାର, ସିନିୟର ଇଡି ଏବଂ ନ୍ୟାସନାଲ ମାନୁଫାକ୍ଚରିଂ ହେଡ୍, ଡାଲମିଆ ସିମେଣ୍ଟ (ଭାରତ) ଲିମିଟେଡ ଉନ୍ମୋଚନ କରିଛନ୍ତି । ସେଠାରେ ଜୈବିକ ପନିପରିବା, ଆମ୍ବ, ପିଜୁଳି, କମଳା, କଦଳୀ ଭଳି ଫଳ ଏବଂ ଔଷଧୀୟ ଗୁଣ ଥିବା ଗୁଳ୍ମଗୁଡିକ ଲଗାଯିବ ଏବଂ ସେଠାରେ ଜୈବିକ ପନିପରିବା ଏବଂ ଫଳ ଗଛଗୁଡିକୁ ଜଳସେଚନ କରିବା ସକାଶେ ୩୦ ଫୁଟ ଗଭୀର ଏକ କୂପ ରହିବ । ଏକ ଏକର ଜମିରେ ଫଳ ଚାରା ରୋପଣ କରାଯିବ ଏବଂ ଆଉ ୦.୮ ଏକର ଜମିକୁ ରାସ୍ତା, ଚଲାପଥ, ପୋଖରୀ ଆଦି ଉଦେ୍ଦଶ୍ୟରେ ବ୍ୟବହାର କରାଯିବ ଏବଂ ଅବଶିଷ୍ଟ ୨ ଏକର ଜମିରେ ଜୈବିକ ପନିପରିବା ଚାଷ କରାଯିବ । ମୋଟ ଉପରେ କିସ୍କିନ୍ଦା ବନରେ ୧୫୩୭୮.୬ ବର୍ଗମିଟର (୩.୮ ଏକର) ଅଞ୍ଚଳରେ ୫୦୦ ବୃକ୍ଷଚାରା ରୋପଣ କରାଯିବ ।
ବନମହୋତ୍ସବ ପାଳନର ଗୁରୁତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି କରିବାକୁ କମ୍ପାନୀର ସିଏସଆର ଏବଂ ଆର ଆଣ୍ଡ ଆର୍ ଟିମ୍ ବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡିକରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିବା ସହିତ ଏକ ସବୁଜିମାମୟ ସମାଜ ସୃଷ୍ଟି ଦିଗରେ ଏହି ମହତ୍ ପ୍ରୟାସ ଜାରି ରଖିବାକୁ ବୃକ୍ଷଚାରା ବଣ୍ଟନ କରିଥିଲେ । ଏଥିସହିତ ଡାଲମିଆ ସିମେଣ୍ଟ ଭାରତ ଲିମିଟେଡ କଟାଙ୍ଗର ଚୋ÷କିଦାରପଡା ଗ୍ରାମରେ ଲେମ୍ବୁ, ଲିଚୁ, କାଜୁ ଏବଂ ନଡିଆ ଚାରା ବଣ୍ଟନ କରିଥିଲା । ଏହି ସପ୍ତାହବ୍ୟାପୀ ବୃକ୍ଷଚାରା ରୋପଣ ଅଭିଯାନରେ ବହୁ ସଂଖ୍ୟାରେ ସ୍ଥାନୀୟ ବାସିନ୍ଦା ଏବଂ ଗୋଷ୍ଠୀଗୁଡିକ ସହିତ ଦୁଇଟି ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ, ଏସ ଡି ମହିଳା ମହାବିଦ୍ୟାଳୟ ରାଜଗାଙ୍ଗପୁର ର ପ୍ରାଧ୍ୟାପକ, ଏନସିସି/ସ୍କାଉଟ- ଗାଇଡ, ରେଡକ୍ରସ ଏବଂ ଏନଏସଏସ୍ ୟୁନିଟଗୁଡିକ ଅଂଶଗ୍ରହଣ କରିଥିଲେ ।
ଶ୍ରୀ ଗଣେଶ ଡବ୍ଲୁ୍ୟ ଜିକୁଣ୍ଟୱାର ଏହି ପ୍ରୟାସ ସମ୍ପର୍କରେ ପ୍ରକାଶ କରି କହିଥିଲେ, “ଏକ ଉତ୍ତମ ଆଗାମୀ କାଲି ନିମନ୍ତେ ଦୀର୍ଘସ୍ଥାୟୀ ଭବିଷ୍ୟତ ନିର୍ମାଣର ଆମେ ବିଶ୍ୱାସ କରୁ ଏବଂ ପରିବେଶ ସୁରକ୍ଷା କ୍ଷେତ୍ରରେ ଅଗ୍ରଣୀ ପ୍ରୟାସ ନେବାଭଳି ସହଭାଗୀ ଉଦେ୍ଦଶ୍ୟରେ ଆମେ ଯେତେବେଳେ ନିଜକୁ ସାମିଲ କରିବା ସେତେବେଳେ ଏହା ସମ୍ଭବ ହୋଇପାରିବ । ବିଗତ ବହୁ ବର୍ଷ ଧରି ଆମ କମ୍ପାନୀ ସଫଳତାର ସହିତ ରାଜଗାଙ୍ଗପୁର ପ୍ରକଳ୍ପ ଚତୁର୍ପାଶ୍ୱର୍, ଲାଞ୍ଜିବେରେଣା ଏବଂ ପାଶ୍ୱର୍ବର୍ତ୍ତୀ ଗ୍ରାମଗୁଡିକରେ ସବୁଜିମାମୟ ଜଙ୍ଗଲ ସୃଷ୍ଟି କରିବାରେ ସମର୍ଥ ହୋଇପାରିଛି । ରାଜ୍ୟ ଉଦ୍ୟାନ କୃଷ୍ଟି ବିଭାଗ ସହାୟତାରେ ଆମେ ଆମ ଅଭିଯାନକୁ ସମ୍ପ୍ରସାରିତ କରିବାକୁ ଚାହୁଁଛୁ ଏବଂ ପରିବେଶ ସୁରକ୍ଷା ଏବଂ ପ୍ରକୃତିର ସଂରକ୍ଷଣ ଦିଗରେ ସଚେତନତା ସୃଷ୍ଟି କରିବାକୁ ଚାହୁଁଛୁ ।”
ନିକଟ ଅତୀତରେ ଡିବିଏଲ୍ ଡିବିଏଲ୍ ରାଜଗାଙ୍ଗପୁର ପ୍ରକଳ୍ପ ଚତୁର୍ପାଶ୍ୱର୍ରେ ଏବଂ ଲାଞ୍ଜିବେରେଣା ଅଞ୍ଚଳରେ ପ୍ରାୟ ୩୩,୦୦୦ ବୃକ୍ଷଚାରା ରୋପଣ କରିସାରିଛି । ୨୦୨୧ ଡିସେମ୍ବର ଏବଂ ୨୦୨୨ ଜାନୁଆରୀ ମଧ୍ୟରେ ଲାଇନ ୩ ୟୁନିଟ ଏବଂ ଖଣି ଅଞ୍ଚଳରେ ମୋଟ ୧୪୦୦୦ ବୃକ୍ଷଚାରା ରୋପଣ କରାଯାଇଥିବାବେଳେ ୨୦୨୨ ମାର୍ଚ୍ଚ ମାସରେ କଲୋନି ଏବଂ ପ୍ରକଳ୍ପ ଅଞ୍ଚଳରେ ରେକର୍ଡ ୧୧ ଦିନ ମଧ୍ୟରେ ୫୦୬୮ ବୃକ୍ଷଚାରା ରୋପଣ କରାଯାଇଥିଲା ।