କଙ୍କଡାହାଡ଼,(ଶୁଭମ ପାଣି) :ଢେଙ୍କାନାଳ ଜିଲା କଙ୍କଡାହାଡ଼ ବ୍ଲକ ସଭାଗୃହ ପରିଷରରେ ସୋମବାର ଜିଲାପାଳଙ୍କ ମିଳିତ ଜନ ଅଭିଯୋଗର ଶୁଣାଣୀର ହୋଇଛି। ଶୁଣାଳୀରେ ଜିଲାପାଳ ସରୋଜ କୁମାର ସେଠୀ ଉପସ୍ଥିତ ରହି ସାଧାରଣ ଲୋକଙ୍କ ବିଭିନ୍ନ ଅଭିଯୋଗର ଶୁଣାଳୀ କରିଥିଲେ।ଏଥିରେ ସମୁଦାୟ ୬୩ ଟି ଅଭିଯୋଗ ଆସିଥିବା ବେଳେ ୫୧ଟି ଅଭିଯୋଗ ର ସମାଧାନ ହେଇଥିଲା।କଙ୍କଡାହାଡ଼ ବ୍ଲକ କାର୍ଯ୍ୟରତ ସାମ୍ବାଦିକ ମାନେ ୧୦ ଦଫା ଦାବିପତ୍ର ବିଦ୍ୟାଳୟରେ ସାମ୍ବାଦିକ ମାନଙ୍କ ପ୍ରବେଶ ନିଷେଧ ବାଟଗାଁ ସରକାରୀ ଉଚ୍ଚ ବିଦ୍ୟାଳୟରେ ୫ଟି କାମ ନିମ୍ନ ମାନର,ମହାବିରୋଡ଼ ଓ କଙ୍କଡାହାଡ଼ ଡାକ୍ତରଖାନାରେ ଡାକ୍ତର ନିଯୁକ୍ତି ସହିତ ଆମ୍ବୁଲାନ୍ସ ସେବା,ସୂଚନା ଅଧିକାର ଆଇନରେ ତଥ୍ୟ ମାଗିଲେ ମିଳୁ ନାହିଁ ତଥ୍ୟ, ସରକାରୀ ବିଦ୍ୟାଳୟରେ ନିର୍ମାଣ ହେଉଥିବା ନୂତନ ଶ୍ରେଣୀ ଗୃହ ନିର୍ମାଣ ଚାଲୁ ଥିଲା ବେଳେ ସାମ୍ବାଦିକ ମାନଙ୍କୁ ବିଦ୍ୟାଳୟ ମନା ହେଲେ ବାଟଗାଁ ଭଳି ଅନ୍ୟ ୫ଟି ବିଦ୍ୟାଳୟ ରେ ନୂତନ ଭାବେ ନିର୍ମାଣ ହେଉଥିବା ଶ୍ରେଣୀଗୃହ ନିମ୍ନ ମାନର ଘଟଣା ପଦାକୁ ଆସି ପାରିବ ନାହିଁ,କଙ୍କଡାହାଡ଼ ବ୍ଲକ ରେ ମନରେଗା ଅବା ଅନ୍ୟାନ୍ୟ କାମରେ ଅନିୟମିତତା ଉପରେ ବିଭାଗୀୟ ଅଧିକାରୀ ମାନଙ୍କ ସହିତ ଯୋଗାଯୋଗ କଲେ ଫୋନ ରିସିଭକରୁ ନାହାଁନ୍ତି କି ସହଯୋଗ କରୁ ନାହିଁନ୍ତି ,ଦୁର୍ନୀତି ଉପରେ ଖବର ପ୍ରକାଶ କଲେ ଠିକାଦାରଙ୍କ ରୋଷର ଶିକାର ହେବାକୁ ପଡୁଅଛି ।ସାମ୍ବାଦିକ ମାନଙ୍କ ୧୦ ଦଫା ଦାବିପତ୍ର ଗ୍ରହଣ କରି ଜିଲ୍ଲାପାଳ କହିଥିଲେ ନିଜେ ଏହା ଉପରେ ତଦନ୍ତ କରିବା ପାଇଁ ।କଙ୍କଡାହାଡ଼ ବ୍ଲକର ଜନସାଧାରଣ ବିଭିନ୍ନ ସମସ୍ୟା ଉପରେ ଅଭିଯୋଗ କରିଥିଲେ ବିଦ୍ୟୁତ ସମସ୍ୟା, ଭତା,ଡାକ୍ତରଖାନାରେ ଡାକ୍ତର ନଥିବାରୁ ସ୍ୱାସ୍ଥ୍ୟ ସେବା ମିଳିପାରୁ ନାହିଁ, ହାତୀ ଖାଇଥିବା ଧାନ ର କ୍ଷତି ପୂରଣ ମିଳୁ ନାହିଁ!ବିଦ୍ୟାଳୟରେ ଶ୍ରେଣୀ ଗୃହ ଯେଉଁଠି ନାହିଁ ନୂତନ ଗୃହ ,୨ ବର୍ଷ ହେଲାଣି ଦଶୀପୁର ପଞ୍ଚାୟତ ରେ କାମ କରି ବିଲ ମିଳି ନାହିଁ,ରାସ୍ତା ସମସ୍ୟା, ପାନୀୟଜଳ ।୪ ଜଣଙ୍କୁ ରେଡ଼କ୍ରସ ରୁ ୧୪୫୦୦ ଟଙ୍କା ସହାୟତା ପ୍ରଦାନ କରାଯାଇଥିଲା । ଏହି ଶିବିରରେ ଢେଙ୍କାନାଳ ଏସପି ଭି ଦିବ୍ୟା, ଜିଲା ଗ୍ରାମ୍ୟ ଉନୟନ ପ୍ରକଳ୍ପ ନିର୍ଦେଶକ ଶାଫଲ୍ୟ ମଣ୍ଡିତ ପ୍ରଧାନ,ଉପଜିଲ୍ଲାପାଳ ଜ୍ୟୋତି ଶଂଙ୍କର ସାହୁ, ଏସଡିପିଓ ରଂଜନ କୁମାର ଦେଓ,ତହସିଲଦାର ରମେଶ ଚନ୍ଦ୍ର ଜେନା, ବିଡିଓ ବୁଲବୁଲ ବେହେରା,ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା.ଅଶୋକ କୁମାର ଦାସ,ବ୍ଲକ ଅଧ୍ୟକ୍ଷା ଚାରୂଲତା ମିଶ୍ର,ଉପାଧ୍ୟକ୍ଷ ଦୀପା ସାହୁ ,ସହକାରୀ ନିର୍ବାହୀ ଯନ୍ତ୍ରୀ ହେମନ୍ତ କୁମାର ନାୟକ ,ପ୍ରାଣୀ ଚିକିତ୍ସକ ସତ୍ୟ ବିକ୍ରମ ତରାଇ ସମେତ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ।