ଟାଙ୍ଗୀ: ୦୯/୦୬,(ବିନୁ ଦାସ୍): ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ଥାନା ଅଧିନ ଆଡ଼ିଆପଡା ଗାଁର ପାଦ ଦେଶରେ ରହିଛି ବୃଷ ବନ୍ଧ ପାହାଡ଼ । ଏହି ପାହାଡ଼ ଲଘୁ ଖଣିଜ ସମ୍ପଦରେ ପରିପୂର୍ଣ୍ଣ । ଏହି ପାହାଡ଼ରେ ବେଆଇନ ବ୍ଲାଷ୍ଟିଂ, ଖଣି ମାଫିଆଙ୍କ ଦୋରାତ୍ମ୍ୟ ଯୋଗୁଁ ଗାଁ ଲୋକ ଅତିଷ୍ଠ ହୋଇ ବୃଷବନ୍ଧ ପାହାଡ଼ ତଳେ ମେଳି ହୋଇଛନ୍ତି । ବୃଷବନ୍ଧ ପାହାଡ଼ରେ ବେଆଇନ ବ୍ଲାଷ୍ଟିଂ ଯୋଗୁଁ ଗାଁ ମଧ୍ୟରେ ଥିବା ସମସ୍ତଙ୍କ ଘର ଅଧ ଭଗ୍ନ ଅବସ୍ଥାରେ, ରାସ୍ତାରେ ଚଳପ୍ରଚଳ କରୁଥିବା ଲୋକଙ୍କ ମୁଣ୍ଡ ଉପରେ ବ୍ଲାଷ୍ଟିଙ୍ଗ ବେଳେ ଉଡୁଥିବା ପଥର ଖଣ୍ଡ ପଡି ଆହତ ହେବା, ପାହାଡ଼ର ଚତୁର୍ପାର୍ଶ୍ୱରେ ଥିବା ଧାନ ଚାଷ ଜମିରେ ପଥର ଖଣ୍ଡ ମାନ ପଡି ଚାଷ ଜମି ସବୁ ଅନୁପ ଯୁକ୍ତ ହେବା,ମାଫିଆଙ୍କ ଦୋରାତ୍ମା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରୁଥିବା ଗାଁ ଲୋକଙ୍କୁ ଖଣି ମାଫିଆ ମାରପିଟ କରି ଦମନ କରିବା ଏବଂ ସରକାରୀ ସ୍ତରରେ ଯେଉଁ ସୀମା ସରହଦରେ କଳା ମୁଗୁନି ପଥର ଖନନ କରିବା କଥା ତା ଠାରୁ ଅଧିକା ପରିମିତ ଜାଗା ଖନନ କରି ମୁଗୁନି ପଥର ଚୋରି କରିବା ଦ୍ୱାରା ସରକାରଙ୍କ ଦ୍ବାରା ବ୍ୟାପକ କୋଟି କୋଟି ଟଙ୍କାର ରାଜସ୍ବ ହାନି ଘଟିବା ଘଟଣାକୁ ନେଇ ଆଡିଆପଡା ଗାଁର ଶତାଧିକ ଗ୍ରାମବାସୀ ହାତରେ ପ୍ଲା କାର୍ଡ ଧରି ବୃଷବନ୍ଧ ପାହାଡ ତଳେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଘଟଣା ସ୍ଥଳରେ ପୋଲିସ ପ୍ରଶାସନ, ଅତିରିକ୍ତ ତହସିଲଦାର ପହଞ୍ଚି ଲୋକଙ୍କୁ ବୁଝା ସୁଝା କରିଥିଲେ ଏବଂ ସମସ୍ୟାର ସମାଧାନ ନ ହେବା ପର୍ଯ୍ୟନ୍ତ ବୃଷବନ୍ଧ ପାହାଡ଼ରେ ବ୍ଲାଷ୍ଟିଙ୍ଗ ସହ ଖଣିରୁ ପଥର ଉତ୍ତୋଳନ ବନ୍ଦ ପାଇଁ ପ୍ରତିଶ୍ରୁତି ଦେଇଥିଲେ । ସୂଚନାଯୋଗ୍ୟ ଯେ ଚିଲିକା ଏବଂ ଟାଙ୍ଗୀ ତହସିଲ ଅଞ୍ଚଳରେ ଦିନକୁ ଦିନ ଖଣି ମାଫିଆଙ୍କ ଅରାଜକତା ବୃଦ୍ଧି ସହ ବ୍ୟାପକ ହରିଲୁଟ ହେଉଛି । ଆଗାମୀ ଦିନରେ ପ୍ରଶାସନ ଏ ଦିଗରେ ପଦକ୍ଷେପ ନନେଲେ ପରିସ୍ଥିତି ଭୟଙ୍କର ରୁପ ନେବ । ଏ ସମସ୍ୟା ଉପରେ ବାରମ୍ବାର ପ୍ରତିବାଦର ସ୍ୱର ଉତ୍ତୋଳନ ହେଲେବି ସାଧାରଣରେ ଆଲୋଚନା ହେଉଛି ପ୍ରଶାସନିକ ସ୍ତରରେ ନିରବ ରହିବା ଯେ କେତେବେଳେ ରକ୍ତ ନଦୀ ବହିବ ସେଥିପାଇଁ ପ୍ରଶାସନ ଦାୟୀ ରହିବ।