ରାୟଗଡ:- ୧୭/୧୦(ପ୍ରଫୁଲ୍ଲ କୁମାର ବେହେରା): ଫିପା ବାଳକ ଓ ବାଳିକା ୧୭ ବର୍ଷ ରୁ କମ ବାଳକ ଓ ବାଳିକା ଫୁଟବଲ କ୍ରୀଡା ପ୍ରତିଯୋଗିତାର ଉଦଯାପନ ଉତ୍ସବ ଅନୁଷ୍ଠିତ ହୋଇ ଯାଇଥିଲା । ଏଥିରେ ୪ଟି ବ୍ଲକ ଫାଇନାଲ କ୍ରୀଡା ପ୍ରତିଯୋଗିତା ଭାଗ ନେଇ ଥିଲେ। ବାଳକ ବିଭାଗରେ ବିଷମକଟକ ଓ ରାୟଗଡ଼ା ଭିତରେ ଏକ ସଂଘର୍ଷ ପୂର୍ଣ୍ଣ କ୍ରୀଡା ରେ ପେନାଲଟି ରେ ୩-୨ ବିଷମକଟକ ବିଜୟ ଲାଭ କରିଥିବା ବେଳେ ବାଳିକା ବିଭାଗ ରେ କୋଲନରା ବ୍ଲକ ସହିତ ଗୁଡ଼ାରୀ ବ୍ଲକ ଫାଇନାଲ କ୍ରୀଡା ପ୍ରତିଯୋଗିତା ରେ ଏହା ପେନାଲଟି ରେ ୩-୨ରେ କୋଲନରା ବ୍ଲକ ଫାଇନାଲ ରେ ବିଜୟ ଲାଭ କରିଥିଲା। ଏହି ଉଦ୍ ଜାପାନୀ ଉତ୍ସବ ରେ ମୁଖ୍ୟ ଅତିଥିଭାବେ ରାୟଗଡା ଜିଲ୍ଲାର ଉପ ଜିଲ୍ଲାପାଳ ସମ୍ମାନୀୟ ଶ୍ରୀଯୁକ୍ତ ଭୀମସେନ ଶବର ଯୋଗଦେଇଥିଲେ। ଏହି ଅବସରରେ ଆମ ରାୟଗଡ ଜିଲ୍ଲାର ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ପୂର୍ଣ୍ଣ ଚନ୍ଦ୍ର ବାରିହ୍ ଓ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଭଜନ ଲାଲ ମାଝୀ ଉପସ୍ଥିତ ଥିଲେ। ଅତିଥି ଭାବରେ ରେ ମାଟିକନା ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଶଶୀଭୂଷଣ ପଟନାୟକ ଓ ଜି ସି ଡ଼ି ବିଦ୍ୟାଳୟର ଭରପ୍ରାପ୍ତ ପ୍ରଧାନଶିକ୍ଷକ ଏମ ମୁରଲୀ ଉପସ୍ଥିତ ରହି କ୍ରୀଡାବିତଙ୍କୁ ଉତ୍ସାହିତ କରି କରି ଥିଲେ। ଏହି କ୍ରୀଡାର ପ୍ରତିଯୋଗିତାର ସମ୍ପାଦକ ଭାବରେ ଭାରପ୍ରାପ୍ତ ଶାରୀରିକ ଶିକ୍ଷା ନିରୀକ୍ଷକ ଶ୍ରୀଯୁକ୍ତ ଶତ୍ରୁଘ୍ନ ମଲ୍ଲିକ କାର୍ଯ୍ୟ ସମ୍ପାଦନ କରିଥିଲେ। ଏହି କ୍ରୀଡ଼ା ଦୀର୍ଘ ୭ଦିନ ଧରି ଚାଲୁରହିଥିଲା। ଓଡ଼ିଶା ସରକାରଙ୍କ ମୁଖ୍ୟ ଉଦେଶ୍ୟ ଫୁଟବଲ୍ କ୍ରୀଡ଼ାର ପ୍ରଚାର ପ୍ରସାର କରିବା ସହିତ ଲୋକାଭିମୁଖୀ କରିବା ଏହି ଅବସରରେ ସମସ୍ତ ପ୍ରକାରର ପୁରସ୍କାର ବିତରଣ ସହିତ ୭୮୦ ଫୁଟବଲକୁ ରାୟଗଡ ଜିଲ୍ଲାର ସମସ୍ତ ପ୍ରକାର ସରକାରୀ ବିଦ୍ୟାଳୟ ଓ ଅନୁସୂଚିତ ଜାତି ଜନଜାତି ବିଦ୍ୟାଳୟ ବିତରଣ କାର୍ଯ୍ୟ ଶେଷ ହେବା ପରେ ଆଜିର ଏହି ମଞ୍ଚ କୁ ଶ୍ରୀମତୀ କାଞ୍ଚନା କୁମାରୀ ସାହୁ ପରିଚାଳନା କରି ଥିଲେ ଓ ଶ୍ରୀଯୁକ୍ତ ଅଶୋକ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ।। ଏହି କ୍ରୀଡ଼ା କୁ ପରିଚାଳନା ରେ ସମସ୍ତ ଶାରିରୀକ ଶିକ୍ଷା ଶିକ୍ଷକ ଓ ଶିକ୍ଷୟିତ୍ରୀ ସହଯୋଗ କରି ସମସ୍ତ କାର୍ଯ୍ୟ ରେ ସହ ଯୋଗ କରିବା ସହିତ ସମ୍ପାଦନ କରିଥିଲେ।।