ଭୁବନେଶ୍ୱର ୮/୭: ବିଜେଡି ପକ୍ଷରୁ ୧୫ ବରିଷ୍ଠ ସାଧାରଣ ସମ୍ପାଦକଙ୍କୁ ନିଯୁକ୍ତ କରାଯାଇଛି । ପୂର୍ବରୁ ୧୭ ଜଣ ବରିଷ୍ଠ ଉପସଭାପତି ଓ ଉପ ସଭାପତିଙ୍କୁ ନିଯୁକ୍ତ କରାଯାଇଥିଲା । ଆଜି ୧୫ ବରିଷ୍ଠ ସାଧାରଣ ସମ୍ପାଦକ ନିଯୁକ୍ତି ପାଇଛନ୍ତି । ତାଲିକାରେ ଅଛନ୍ତି ନୃସିଂହ ସାହୁ, ଅଶୋକ ପଣ୍ଡା, କଳିକେଶ ସିଂଦେଓ, ପ୍ରୀତିରଞ୍ଜନ ଘଡେଇ, ଅରୁଣ ସାହୁ, ଅତନୁ ସବ୍ୟସାଚୀ ନାୟକ, ରୋହିତ ପୂଜାରୀ, ରବି ନାରାୟଣ ନନ୍ଦ, ରାଡେନ୍ଦ୍ର ଢୋଲକିଆ, ପ୍ରତାପ ଜେନା, ନବ ଦାସ, ରମେଣ ମାଝୀ, ସରୋଜିନୀ ହେମ୍ବ୍ରମ୍, ଶଶି ଭୂଷଣ ବେହେରା ଏବଂ ସୁମିତ୍ରା ଜେନା ।