ବ୍ରହ୍ମପୁର ବିଧାୟକ ପ୍ରାର୍ଥୀଙ୍କ ପାଇଁ ଲମ୍ବା ଲାଇନ୍।

ବ୍ରହ୍ମପୁର:୨୩/୩(ଶ୍ରୀକାନ୍ତ କୁମାର ବେହେରା):ନିର୍ବାଚନ ପାଖେଇ ଆସିଥିବା ବେଳେ ଆଶାୟୀଙ୍କ ସଂଖ୍ୟା ବି ବଢ଼ିବାରେ ଲାଗିଛି। ଏବେ ବ୍ରହ୍ମପୁର ବିଧାୟକ ପ୍ରାର୍ଥୀଙ୍କ ପାଇଁ ଲମ୍ବା ଲାଇନ୍। ସମାଜସେବୀ ଉମାକାନ୍ତ ମିଶ୍ର ବିଜେଡିରୁ ବ୍ରହ୍ମପୁର ଆସନରୁ ଲଢ଼ିବାକୁ ଆଶାୟୀ ରହିଥିବା ଆଜି ତାଙ୍କ ବାସଭବନରେ ଆୟୋଜିତ କର୍ମୀ ବୈଠକରୁ ସ୍ପଷ୍ଟ ହୋଇଛି। ଉମା ମିଶ୍ର କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ କାର୍ଯ୍ୟ କରୁଛନ୍ତି। ଆଗାମୀ ନିର୍ବାଚନରେ ବିଜେଡିକୁ ସଫଳ କରିବା ପାଇଁ ସମର୍ଥକଙ୍କୁ ନେଇ ଆଜିର ବୈଠକ ଆୟୋଜନ ହୋଇଥିଲା। ଦଳ ସଭାପତି ଯେଉଁ ଦାୟିତ୍ଵ ଦେବେ ତାହା ତୁଲାଇବି ବୋଲି କହିଛନ୍ତି।