ରାୟଗଡା,(ଅମୁଲ୍ୟ ନିଶଙ୍କ): ସାଧାରଣ ନିର୍ବାଚନତାରିଖ ଘୋଷଣା କୁ ଆଉ କେତେଦିନ ବାକିଥିବା ବେଳେ ବିଷମକଟକ ବିଧାନସଭା ନିର୍ବାଚନ ମଣ୍ଡଳୀ ର ବିଜେଡି, ବିଜେପି ଓ କଂଗ୍ରେସ ର ଆଶା ଆଶଙ୍କା ମଧ୍ୟରେ ପ୍ରାର୍ଥୀ ମାନେ ନିଜ ନିଜର ଟିକେଟ ନିମନ୍ତେ ଲବି ସହିତ ଗାଁ କୁ ଗାଁ ବୁଲି ଲୋକସମ୍ପର୍କ ରେ ଲାଗିପଡିଛନ୍ତି l ରାଜ୍ୟରେ ବିଜେଡି ବିଜେପି ମେଣ୍ଟ ଚିଡୁନଥିବାବେଳେ ଏହି ନିର୍ବାଚନ ମଣ୍ଡଳୀର ନେତା କର୍ମୀ ଓ ଆଶାୟୀ ପ୍ରାର୍ଥୀ ଙ୍କ ମଧ୍ୟରେ ଅନିଶ୍ଚିତତା ଦେଖାଦେଇଛି l ଇତିହାସ କୁ ଅବଲୋକନ କରିଲେ ଜଣାପଡୁଛିଯେ 1951 ରୁ1974 ପର୍ଯ୍ୟନ୍ତ ଗଣତନ୍ତ୍ର ପରିଷଦ ସ୍ୱତନ୍ତ୍ର ପାର୍ଟି 1974 ରୁ 1990,ପର୍ଯ୍ୟନ୍ତ କଂଗ୍ରେସ ପୁଣି 1995 ରୁ 2000 ଓ 2004 ତୁ 2014 ପର୍ଯ୍ୟନ୍ତ କଂଗ୍ରେସ ନିଜ ଅକ୍ତିଆର ରେ ରଖିଥିବା ବେଳେ1990 ରୁ 1995 ପର୍ଯ୍ୟନ୍ତ ଜନତା ଦଳ 2000 ରୁ 2004 ଓ 2014 ରୁ 2024 ପର୍ଯ୍ୟନ୍ତ ବିଜେଡି ନିଜ ଅକ୍ତିଆର କୁ ଏହି ଆସନ ଟି ନେଇଥିଲା l ଗଟ 2014 ଓ 2019 ରେ ବିଜେଡି ର ଜଗନ୍ନାଥ ସାରକା ବିଜେଡି ରୁ ବିଜୟ ହାସଲ କରି ତୃତୀୟ ଥର ବିଜୟ ହାସଲ କରି ହେଟ୍ରିକ ଲକ୍ଷ ରେ ଥିବା ର ଜଣାପଡିଛି l ଅନ୍ୟ ପକ୍ଷରେ କଂଗ୍ରେସ ଏହି ଆସନ ଟିକୁ ନିଜ ଅକ୍ତିଆର କୁ ଆଣିବା ପାଇଁ କଳ ବଳକୌଶଳ ଲଗେଇଦେଇ ଲାଗିପଡିଛି l ଆଶ୍ଚର୍ଯ୍ୟ ର ବିଷୟ ଯେ ଜଗନ୍ନାଥ ଙ୍କ ପାଇଁ ଜଗନ୍ନାଥ ଓ ନୀଳମାଧବ ପାଇଁ ନୀଳମାଧବ କଣ୍ଟାସାଜିପାରନ୍ତି ବୋଲି ଜନସାଧାରଣ ରେ ଚର୍ଚ୍ଚା ଜୋର ଧରିଛି l ବିଜେଡି ଟିକେଟ ପାଇଁ ଜଗନ୍ନାଥ ସାରକା ଓ ଜଗନ୍ନାଥ ନୁଣ୍ଡରୁକା ଆଶାୟୀ ଥିଲେ କିନ୍ତୁ ଜଗନ୍ନାଥ ସାରକା ଙ୍କୁ ବିଜେଡି ଟିକେଟ ପାଇବା ନିଶ୍ଚିତ ଶୁଣି ଜଗନ୍ନାଥ ନୁଣ୍ଡରୁକା ବିଜେପି ରେ ଯୋଗ ଦେଲେ ବିଜେପି ଟିକେଟରେ ବିଧାୟକ ପ୍ରାର୍ଥୀ ଭାବେ ଲଢ଼ିବା ନିଶ୍ଚିତ ବୋଲି ସମଗ୍ର ରାୟଗଡା ଜ଼ିଲ୍ଲା ରେ ଆଲୋଚନା ଚାଲିଛି l ଠିକ ସେହିପରି କଂଗ୍ରେସ ର ନୀଳମାଧବ ଉଲାକା ଓ ଗତ ଥର ପରାଜିତ ବିଧାୟକ ପ୍ରାର୍ଥୀ ନୀଳାମଧବ ହିକକା ଟିକେଟ ପାଇଁ ଦରଖାସ୍ତ କରି ନିଜ ନିଜର ପ୍ରଚାର ଚଳେଇଚନ୍ତି l ଉଭୟେ ଟିକେଟ ପାଇଁ ପ୍ରବଳ ଦାବେଦାର l ଯଦି ବିଜେପି ବିଜେଡି ମେଣ୍ଟ ହୁଏ ତେବେ ଏହି ଆସନ ଟି କାହାରି କୁ ଯିବ ତାହା ଅନିଶ୍ଚିତା କିନ୍ତୁ ଯିଏ ହେଲେ ବି ଜଗନ୍ନାଥ ଏହି ଆସନ ବିଜେଡି କି ବିଜେପି ରୁ ଲଢ଼ିବେ କଂଗ୍ରେସ ନୀଳମାଧବ ଙ୍କ ସହିତ l ବହୁ ଦିନ ଧରି ବିଜେଡି ରେ ରହି ଲୋକଙ୍କ ସେବା କରି ଟିକେଟ ଆଶାରେ ବିଜେପି ରେ ଯୋଗ ଦାନ କରିଲେ ଜଗନ୍ନାଥ ନୁଣ୍ଡରୁକା l ରାଜ୍ୟରେ ବିଜେଡି ବିଜେପି ଆସନ ବୁଝାମଣା ହୁଏ ତେବେ ଏହି ଆସନ ଟି ବିଜେଡି ଅଥବା ବିଜେପି ହାତକୁ ଯାଏ ତେବେ କୌଣସି ଏକ ଜଗନ୍ନାଥ ଙ୍କ ପାଇଁ କ୍ଷତି ବୋଲି ବୁଦ୍ଧିଜୀବୀ ଓ ଜନସାଧାରଣ ଆଲୋଚନା କରୁଛନ୍ତି l ଏହି ଆସନ ରେ ଜଗନ୍ନାଥ ଓ ନୀଳମାଧବ ଙ୍କ ମଧ୍ୟରେ ଲଢେଇ ହେବା ସୁନିଶ୍ଚିତ l ଯଦି ରାଜ୍ୟରେ ବିଜେପି ବିଜେଡି ମେଣ୍ଟ ନ ହୁଏ ତାହାହେଲେ ଜଗନ୍ନାଥ ଙ୍କ ପାଇଁ ଜଗନ୍ନାଥ ହୋଇପାରନ୍ତି କଣ୍ଟା ଓ ଟିକେଟ ପାଇଁ କଂଗ୍ରେସ ର ନୀଳମାଧବ ଙ୍କ ପାଇଁ ନୀଳମାଧବ କଣ୍ଟା ବୋଲି ଚର୍ଚ୍ଚା ଚାଲିଛି l