ଦୁଗ୍ଧ ଶୀତଳିକରଣ କେନ୍ଦ୍ରର ନବୀକରଣ ପାଇଁ ଭିତ୍ତପ୍ରସ୍ତର ସ୍ଥାପନ।

ବୌଦ୍ଧ:ହରଭଙ୍ଗା ବ୍ଲକ ଚାରିଛକ ଠାରେ ଦୀର୍ଘଦିନ ଧରି ଅଚଳ ହୋଇ ପଡିଥିବା ଦୁଗ୍ଧ ଶୀତଳିକରଣ କେନ୍ଦ୍ରର ନବୀକରଣ ପାଇଁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଠାରୁ ଅନୁଦାନ ପାଣ୍ଠି ମିଳିବା ପରେ ଆଜି ଏହାର ଭିତ୍ତପ୍ରସ୍ତର ସ୍ଥାପନ ପାଇଁ ଏକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଅଛି। ଏହି ଉତ୍ସବରେ ମାନ୍ୟବର ଜଙ୍ଗଲ ଓ ପରିବେଶ,ପଞ୍ଚାୟତିରାଜ ଓ ପାନୀୟଜଳ, ଏବଂ ସୂଚନା ଓ ଲୋକସମ୍ପର୍କ ବିଭାଗ ଓଡ଼ିଶା ସରକାରଙ୍କ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦୀପ କୁମାର ଅମାତ ଏବଂ ବୌଦ୍ଧ ଜିଲ୍ଲାପାଳ ଶ୍ରୀଯୁକ୍ତ ସତ୍ୟରଞ୍ଜନ ସାହୁ,ଉପ ଜିଲ୍ଲାପାଳ ରବୀନ୍ଦ୍ରନାଥ କହଁର, ବୌଦ୍ଧ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ଶ୍ରୀଯୁକ୍ତ ମୃତ୍ୟୁଞ୍ଜୟ ମିଶ୍ର, ପ୍ରାଣୀପାଳନ ବିଭାଗର ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଡା. ପ୍ରଦୀପ୍ତ କୁମାର ରଥ,ଅତିରିକ୍ତ ଜିଲ୍ଲା ପ୍ରାଣୀ ଚିକିତ୍ସାଧିକାରୀ ଡା.ନିରୋଦ ଚନ୍ଦ୍ର କହଁର ଓ ଡା.ପ୍ରଭାସ କୁମାର ବେହେରା ଏବଂ ହରଭଙ୍ଗା ଗୋଷ୍ଠୀ ପ୍ରାଣୀ ଚିକିତ୍ସାଧିକାରୀ ଡା. ବୀରେନ୍ଦ୍ର କୁମାର ପୃଷ୍ଟି ଏବଂ ପ୍ରାଣୀପାଳନ ବିଭାଗର ଅନ୍ୟାନ୍ୟ କର୍ମଚାରୀଙ୍କ ସହ ହରଭଙ୍ଗା ବି.ଡି.ଓ ଶ୍ରୀମତୀ ସ୍ଵପ୍ନିତା ନାୟକ ଓ ସ୍ଥାନୀୟ ସରପଞ୍ଚ ଶ୍ରୀଯୁକ୍ତ ବାବୁ ମେହେର ଙ୍କ ସମେତ ଅନ୍ୟାନ୍ୟ ବିଭାଗର କର୍ମଚାରୀ ମାନେ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମନ୍ତ୍ରୀ ଶ୍ରୀଯୁକ୍ତ ଅମାତ ଏହି ଦୁଗ୍ଧ ଶୀତଳିକରଣ କେନ୍ଦ୍ର କିପରି ଠିକ୍ ଭାବରେ ଚାଲିପାରିବ ବିଶେଷ ଅନୁଧ୍ୟାନ କରିବା ସହ ବିଭାଗୀୟ କର୍ମଚାରୀ ମାନଙ୍କୁ ଏହାର ସୁପରିଚାଳନା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲାପାଳ ଶ୍ରୀଯୁକ୍ତ ସାହୁ ଖୁବ୍ ଶୀଘ୍ର ଏହି ପୁନରୁତ୍ଥାନ କାର୍ଯ୍ୟ ସମାପନ କରିବା ପାଇଁ ସଂପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବାସହ କିପରି ଏହା ଠିକ୍ ଭାବରେ ଚାଲିପାରିବ ତାହାର ସମ୍ପୂର୍ଣ୍ଣ ତଦାରଖ ପାଇଁ ବି.ଭି.ଓ ଙ୍କୁ ନିର୍ଦ୍ଦେଶ ଦେଇଥିଲେ।