ବୌଦ୍ଧ,:ହରଭଙ୍ଗା ବ୍ଲକ ମଥୁରା ପଂଚାୟତର ଦନ୍ତାପାଲି ଗ୍ରାମରେ ଆଜି ମାହେଶ୍ୱରୀ ଗୋଶାଳା ପ୍ରାଙ୍ଗଣରେ ବୁଲା ଗାଈଗୋରୁଙ୍କ ଥଇଥାନ ପାଇଁ ଏକ ନୂତନ କେନ୍ଦ୍ରର ଭିତ୍ତପ୍ରସ୍ତର ସ୍ଥାପନ ପ୍ରତିଷ୍ଠା କରାଗଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ମନ୍ତ୍ରୀ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପଞ୍ଚାୟତିରାଜ ଓ ପାନୀୟଜଳ ଯୋଗାଣ ଏବଂ ସୂଚନା ଓ ଲୋକସମ୍ପର୍କ ବିଭାଗ ଓଡ଼ିଶା ସରକାରଙ୍କ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦୀପ କୁମାର ଅମାତ ଙ୍କ କରକମଳରେ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା। ସମ୍ମାନିତ ଅତିଥି ଭାବେ ବୌଦ୍ଧ ଜିଲ୍ଲାପାଳ ଶ୍ରୀଯୁକ୍ତ ସତ୍ୟରଞ୍ଜନ ସାହୁ,ଉପ ଜିଲ୍ଲାପାଳ ରବୀନ୍ଦ୍ରନାଥ କହଁର, ବୌଦ୍ଧ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ଶ୍ରୀଯୁକ୍ତ ମୃତ୍ୟୁଞ୍ଜୟ ମିଶ୍ର, ପ୍ରାଣୀପାଳନ ବିଭାଗର ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଡା. ପ୍ରଦୀପ୍ତ କୁମାର ରଥ,ଅତିରିକ୍ତ ଜିଲ୍ଲା ପ୍ରାଣୀ ଚିକିତ୍ସାଧିକାରୀ ଡା.ନିରୋଦ ଚନ୍ଦ୍ର କହଁର ଓ ଡା.ପ୍ରଭାସ କୁମାର ବେହେରା ଏବଂ ହରଭଙ୍ଗା ଗୋଷ୍ଠୀ ପ୍ରାଣୀ ଚିକିତ୍ସାଧିକାରୀ ଡା. ବୀରେନ୍ଦ୍ର କୁମାର ପୃଷ୍ଟି ଏବଂ ପ୍ରାଣୀପାଳନ ବିଭାଗର ଅନ୍ୟାନ୍ୟ କର୍ମଚାରୀଙ୍କ ସହ ହରଭଙ୍ଗା ବି.ଡି.ଓ ଶ୍ରୀମତୀ ସ୍ଵପ୍ନିତା ନାୟକ ଓ ସ୍ଥାନୀୟ ସରପଞ୍ଚ ଏବଂ ଏହି ଗୋଶାଳାର ମୁଖ୍ୟ କାର୍ଯ୍ୟକର୍ତ୍ତା କୃତିବାସ ପଲିଆ ଓ ନିର୍ଗୁଣ ମହାକୁଡ଼ ଙ୍କ ତତ୍ତ୍ଵାବଧାନରେ ସମସ୍ତ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ହରଭଙ୍ଗା ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସାଧିକାରୀ ଡ଼ା ପ୍ରତିଭା ପାଢ଼ୀ,ପୁରୁଣାକଟକ ପ୍ରାଣୀ ଚିକିତ୍ସାଳୟର ଚିକିତ୍ସକ ଡ଼ା ମିଲିନ୍ ରାଉତ,କେଲାକଟା ପ୍ରାଣୀଧନ ନିରୀକ୍ଷକ ଅଶୋକ ଶତପଥୀ ଓ ସରସରା ପ୍ରାଣୀଧନ ନିରୀକ୍ଷକ ନିରଞ୍ଜନ ପାତ୍ର ଏବଂ ମୈତ୍ରୀ ଅମରେଶ୍ୱର ମହାକୁଡ଼ ଓ ସୁନିଲ ବଘାର ଉପସ୍ଥିତ ରହି ଏହି ପ୍ରମୁଖ କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରିଥିଲେ।