କୋଭିଡ୍ ସାମ୍ପୁଲ ଝାମ୍ପି ନେଲା ମାଙ୍କଡ

Monkey on the tree.

ମେରଠ ୨୯।୦୫: ଉତ୍ତର ପ୍ରଦେଶର ମେରଠରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ମାଙ୍କଡ ମେରଠ ମେଡିକାଲ କଲେଜ୍‌ର ଲ୍ୟାବ୍‌ରେ ପଶି ଲ୍ୟାବ୍‌ ଟେକ୍‌ନିସିଆନଙ୍କ ହାତରୁ ଯାଞ୍ଚ ସାମ୍ପୁଲ ଛଡାଇ ନେଇ ଫେରାର ମାରିଛି। ସୂତ୍ର ଅନୁଯାୟୀ, କୋଭିଡ୍-୧୯ ରୋଗୀଙ୍କ ନମୂନା ନେଇ ଯାଞ୍ଚ ଲାଗି ମେରଠର ଏମଏଲଆରଏସ ଲ୍ୟାବ୍‌ ଅଣାଯାଇଥିଲା। କିନ୍ତୁ ଲ୍ୟାବ୍ ଭିତରକୁ ପଶି ଲ୍ୟାବ୍‌ ଟେକ୍ନିସିଆନଙ୍କ ହାତରୁ ନମୂନା ଛଡାଇ ଫେରାର ମାରିଲା ମାଙ୍କଡ। ଲ୍ୟାବ୍‌ରେ ଥିବା ମେଡିକାଲ କର୍ମଚାରୀ ପଛରେ ଧାଇଁବାରୁ ମାଙ୍କଡି ଗଛ ଉପରକୁ ଚଢି ଯାଇଥିଲା।