ବାଣପୁର,ବାଲୁଗାଁ:- ନାହିଁ ନାହିଁରେ ଚାଲିଛି ଏନ୍.ଏ.ସି

ବାଣପୁର,ବାଲୁଗାଁ,୦୩/୦୬: ଏନ୍.ଏ.ସି ଅଞ୍ଚଳ ମାନଙ୍କରେ ବିଭିନ୍ନ ପ୍ରକାର ଟିକସ ଆଦାୟ ହେଉଥିବା ବେଳେ ତାର ଉପଯୋଗିତା ମୂଳକ ଲାଭ କିନ୍ତୁ ଅଧିକାରୀଙ୍କର । ସାନିଟାଇଜେସନ ହେଉ ଅବା ଆଲୋକି କରଣ ଅବା ପିଡିଏସ୍ ଖାଦ୍ୟ ଯୋଗାଣ ସବୁଠି କେବଳ ନାହିଁ ନାହିଁ । ସାନିଟାଇଜେସନ, ପାଇଁ ଲକ୍ଷ ଲକ୍ଷ ଟଙ୍କାର ସାମଗ୍ରୀ କାଗଜ ପତ୍ରରେ କିଣା ଯାଇଥିବା ବେଳେ, ଏହାର ଉପଯୋଗିତା ମଧ୍ୟ କାଗଜ ପତ୍ରରେ ସିମିତ । ବ୍ଲିଚିଙ୍ଗ, ଫିନାଇଲ ନିମ୍ନ ମାନର ଓ ମିଛି ମିଛିକା କାଗଜ ପତ୍ରରେ କିଣା ଯାଉଥିବା ଅଭିଯୋଗ ହେଉଥିବା ବେଳେ ବ୍ୟବହାର ସମୂଦ୍ରକୁ ଶଙ୍ଖେପରି। ସ୍ବଛତା କଥା ଏଠି ସତେ ସାତ ସପନ,ସାମାନ୍ୟ ବର୍ଷାରେ ରାସ୍ତା ଘାଟରେ ଆଣ୍ଠୁଏ ପାଣି ।

ରାସ୍ତା ଆଲୋକି କରଣ ବ୍ୟବସ୍ଥାରେ ଅପରାଧୀଙ୍କ ସହ ହାତ ମିଳାଇ ଚାଲିଛନ୍ତି ଅଧିକାରୀ ମାନେ । ଆଲୋକି କରଣ ବ୍ୟବସ୍ଥା କ୍ରୀୟାଶୀଳ ହେଲେ ଅପରାଧ କରିବା କଷ୍ଟକର, ଏଠାକାର ପରିସ୍ଥିତି ଓ ରାସ୍ତା ଘାଟ ଅନ୍ଧାର କିଟି କିଟି ଅବସ୍ଥାକୁ ଅନୁଧ୍ୟାନ କଲେ ଜଣାଯାଏ ଅଧିକାରୀ ଓ ଅପରାଧୀଙ୍କ ଯୋଡି ମିଲେ ଭଗତ । ଠିକାଦାରକୁ ଆଲୋକି କରଣ ବ୍ୟବସ୍ଥା ହସ୍ତାନ୍ତର କରିଦେଇ ସେମାନଙ୍କୁ ସହଯୋଗ କଲେ ବେଶ୍ ଖୁସ କମିଶନ ମିଳିଯାଉଛି ଅଧିକାରୀଙ୍କୁ । ଦୋକାନ ବଜାରରେ ଭିଡ ଦେଖିଲେ ଅନୁମାନ କରିହୁଏ ଲକ୍ ଡାଉନ ସଟ ଡାଉନ ସମ୍ଫୁର୍ଣ୍ଣ ବିଫଳ । ପିଡିଏସ୍ ସାମଗ୍ରୀ ବଣ୍ଟନରେ ଅନିୟମିତତାକୁ ହିତାଧିକାରୀ ମାନେ ବାଧ୍ୟ ହୋଇ ଦେହସୁହା କରିଦେଲେଣି ।

ଏଥି ପାଇଁ ଅଭିଯୋଗ କଲେ ଖାଉଟି କାର୍ଡ କାଟି ଦେବାକୁ ଧମକ ମଧ୍ୟ ମିଳେ । ଚୋର ଠାରୁ ବିଧେ ପାଇଲେ କିଏ କାହାର ବୋଲି ଭାବି ଅସନ୍ତୋଷରେ ସନ୍ତୋଷ ହେଉଛନ୍ତି ଖାଉଟି । ଅଭିଯୋଗ ଆସେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପାତର ଅନ୍ତର ଦେଖାଯାଉଛି, ହାତ ଗୁଞ୍ଜା ନ ଦେଲେ କାର୍ଯ୍ୟାଦେଶ ମିଳେ ନାହିଁ,ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର କରି ଫଟୋ (ଜିପିଏସ୍ ଟ୍ୟାଗିଙ୍ଗ) ଉଠେଇବା ପାଇଁ ଅଧିକାରୀଙ୍କ ପାଖକୁ ଦଉଡି ଦଉଡି ହତାସ ହେବାକୁ ପଡେ, ହାତ ଗୁଞ୍ଜା ନଦେଲେ ବାବୁ ମାନେ ଫଟୋ ଉଠାନ୍ତି ନାହିଁ କି ପେମେଣ୍ଟ କରନ୍ତି ନାହିଁ । ଅଭିଯୋଗ କରି ଅଭିଯୋଗ କର୍ତ୍ତାମାନେ ନିରାଶ ହେଲା ପରେ ନିଜ ନିଜ ଭିତରେ କଥାର ଆଦାନ ପ୍ରଦାନରେ ଶୁଣିବାକୁ ମିଳେ କାଲା ଆଗରେ ମୂଳା ଚୋବାଇବା ଯାହା, ଅଧିକାରୀଙ୍କୁ ଅଭିଯୋଗ କରିବା ହିଁ ତାହା।