ଚିଲିକା: ଗାଁ ଗାଁ ବୁଲି ସଚେତନ କରୁଛନ୍ତି ଅଙ୍ଗନବାଡି ଦିଦି

ଟାଙ୍ଗୀ,୧୦/୦୫:(ବିନୁ ଦାସ୍) ଭାଇରସ୍ କିଲର୍ କରୋନା ବେକାବୁ ସ୍ଥିତିରେ ରହିଲାଣି । ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି । ସରକାର ଲୋକମାନଙ୍କୁ କହି କହି ଥକି ଗଲେଣି, ତଥାପି ଲୋକ ଅମାନିଆ ହେଉଛନ୍ତି । ଚେକିଂ ବ୍ଲକିଂ,ଲକ୍ଡାଉନ୍ ଓ ସଟ୍ଡାଉନ୍, ଯାହା କଲେବି ଅମାନିଆ କଥା ମାନୁ ନାହାଁନ୍ତି । ଠିକ୍ ଏତିକି ବେଳେ ଖୋର୍ଦ୍ଧା ଜିଲ୍ଲାର ଚିଲିକା ବ୍ଲକ ଅଧିନସ୍ଥ ସୋରଣ ଗ୍ରାମ ହେଉଛି ଚିଲିକା କୂଳିଆ ଗାଁ । ଗାଁ ଗହଳିର ଲୋକ, ତେଣୁ ସେମାନଙ୍କୁ ସଚେତନ ଏବଂ ଘରେ ରହୁଥିବା ମା’ ମାନଙ୍କୁ ସଚେତନ କରିବା ପାଇଁ ଗାଁରେ ରହୁଥିବା ଅଙ୍ଗନବାଡି ଦିଦି ଏବେ ଗାଁ ଗାଁ ବୁଲି ଜନ ସଚେତନତା ସୃଷ୍ଟି କରୁଛନ୍ତି । ସରକାରଙ୍କ ନୀତି ନିୟମ କଥା କହୁଛନ୍ତି । କରୋନା କିଲର୍ କେତେ ଯେ ମାରାତ୍ମକ ଏବଂ ପ୍ରତିକାର ବ୍ୟବସ୍ଥା ସମ୍ପର୍କରେ ଲୋକ ମାନଙ୍କୁ ବୁଝାଉଛନ୍ତି ।