କାଳୁପଡ଼ା ଘାଟ:-୨୩।୦୪/(ବିନୁ ଦାସ୍): ଖୋର୍ଦ୍ଧା ଜିଲ୍ଲାର ପୂର୍ବତଟ ରେଳବାଇ କାଳୁପଡ଼ା ଘାଟ ରେଳ ଷ୍ଟେସନ ପରିସର ରୁ ଏକ ଆଠଫୁଟ ଲମ୍ବର ଅଜଗର ସାପକୁ ଉଦ୍ଧାର କରାଯାଇଛି।ଅଜଗର ସାପଟି ରେଳବାଇ ଷ୍ଟେସନ ପାଣିଟାଙ୍କି ନିକଟରେ ଏକ ବୁଦା ପାଖରେ ଲୁଚି ରହିଥିବା ବେଳେ ପାଖରେ ବୁଲୁଥିବା ବାଛୁରୀ କୁ ଶିକାର କରିବା ଉଦ୍ୟେଶ୍ୟ ରେ ପ୍ରସ୍ତୁତ ହେଉଥିବା ବେଳେ କିଛି ବୁଲା କୁକୁର ପ୍ରଥମେ ଭୁକିଥିଲେ।ସେହି ସମୟରେ ସ୍ଥାନୀୟ ରେଳବାଇ କଲୋନୀରେ ରହୁଥିବା ରେଳ କର୍ମଚାରୀ ଏବଂ କିଛି ସ୍ଥାନୀୟ ଲୋକମାନେ କୁକୁର ଭୁକିବାର କାରଣ ଖୋଜୁ ଖୋଜୁ ହଠାତ ଅଜଗର ସାପକୁ ଦେଖିଥିଲେ।ପରବର୍ତୀ ସମୟରେ ସ୍ଥାନୀୟ ସ୍ନେକ ହେଲ୍ପ ଲାଇନ ସଭ୍ୟ ସୂର୍ଯ୍ୟ ନାରାୟଣ ନାଥ(ଟୁଟୁ)ଙ୍କର ସହଯୋଗରେ ଅକ୍ଲାନ୍ତ ପରିଶ୍ରମ କରି ରାତ୍ରି ସମୟ ଯୋଗୁଁ ସାପଟିକୁ ଧରିଥିଲେ।ପରବର୍ତ୍ତୀ ସମୟରେ ଟାଙ୍ଗୀ ବନ ବିଭାଗର କର୍ମଚାରୀଙ୍କୁ ହସ୍ତାନ୍ତର କରିଥିଲେ।ସ୍ଥାନୀୟ ଅଞ୍ଚଳରେ ସାପ ଧରାଳି ସୂର୍ଯ୍ୟକାନ୍ତ ପେଶାରେ ଜଣେ ଡ୍ରାଇଭର କିନ୍ତୁ ନିଶା ସାପ ଧରିବା।ସୂର୍ଯ୍ୟକାନ୍ତ ବର୍ତ୍ତମାନ ସୁଦ୍ଧା ଏକ ହଜାରରୁ ଉର୍ଦ୍ଧ୍ୱ ବିଷାକ୍ତ ସାପ ଧରିବା ସହ ସ୍ଥାନୀୟ ଅଞ୍ଚଳରେ ବେଶ୍ ଜଣାଶୁଣା।ସୂର୍ଯ୍ୟକାନ୍ତ କହନ୍ତି ମୋତେ ଯିଏ ଯେଉଁ ସମୟରେ ଡାକନ୍ତି ମୁଁ ସାପ ଧରିବା ସହ ନିକଟସ୍ଥ ଜଙ୍ଗଲରେ ଛାଡିବା ହେଉ କିମ୍ବା ବନବିଭାଗ ସହାୟତା ରେ ସାପ କୁ ହସ୍ତାନ୍ତର କରିଥାଏ।ସଦାବେଳେ ବନବିଭାଗ ସାପ ଧରିବା ପାଇଁ ଆସିନଥାନ୍ତି ତ ଯେଉଁମାନେ ମୋତେ ସହଯୋଗ ମାଗନ୍ତି ମୁଁ ଅବିଳମ୍ବେ ଯଥାସମର୍ଥ ସାହାଯ୍ୟ କରିଥାଏ।ଯଦି ଟାଙ୍ଗୀ,ଚାନ୍ଦପୁର, ସୋରଣ,ଚଣ୍ଡେଶ୍ୱର ଆଦି ଅଞ୍ଚଳରେ କେହି ସାପ ଧରିବାର ସହଯୋଗ ମାଗନ୍ତି ତ 9938805972 ରେ ସମ୍ପର୍କ କରିବାକୁ କହିଛନ୍ତି।