ବାଲୁଗାଁ : କରୋନା ଆଳରେ ଯାତ୍ରୀଙ୍କଠାରୁ ଧାର୍ଯ୍ୟ ପରିମାଣର ଭଡ଼ାଠାରୁ ଅଧିକ ଭଡ଼ା ଦାବି କରୁଛନ୍ତି ବସ୍ କର୍ମଚାରୀ

ବାଲୁଗାଁ,୨୦।୦୪: କରୋନା ଆଳରେ ବସ୍‌ ଯାତ୍ରୀଙ୍କଠାରୁ ଧାର୍ଯ୍ୟ ପରିମାଣର ଭଡ଼ାଠାରୁ ଅଧିକ ଭଡ଼ା ଦାବି କରୁଛନ୍ତି ବାଣପୁର ଓ ବାଲୁଗାଁରୁ ଯାଉଥିବା ବସ କର୍ମଚାରୀ ଏହିଭଳି ଅଭିଯୋଗ ବାରମ୍ବାର ହୋଇ ଆସୁଥିଲେ ମଧ୍ୟ ପରିବହନ ବିଭାଗ ଚୁପ ହୋଇ ବସିଛି ।

ଯଦି କୌଣସି ବସ୍‌ରେ ଯାତ୍ରୀଙ୍କଠାରୁ ଧାର୍ଯ୍ୟ ପରିମାଣଠାରୁ ଅଧିକ ଭଡା ଦାବିକରେ ଉକ୍ତ ବସ୍‌ ବିରୋଧରେ ସ୍ଥାନୀୟ ଆର୍‌ଟିଓମାନେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ କମିସନର ସଞ୍ଜୀବ ପଣ୍ଡା ନିର୍ଦ୍ଦେଶ ଦେଇଥିବା ବେଳେ ଆର୍‌ଟିଓ ଅଧିକାରି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । କେଉଁ ବସ୍‌ ପାଇଁ କେତେ ଭଡ଼ା ରହିଛି ତାହାର ଏକ ରେଟ୍‌ ଚାର୍ଟ ମଧ୍ୟ କମିସନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି କରାଯାଇଥିବା ବେଳେ ବସ କର୍ମଚାରୀ ମାନେ ନିର୍ଧାରିତ ମୁଲ୍ୟ ଠାରୁ ଢେର ଅଧିକ ଦାବି କରୁଛନ୍ତି ।

ସାଧାରଣ ବସ୍ ଭଡ଼ା କିଲୋମିଟର ପିଛା ୮୦ ପଇସା ଥିବାବେଳେ। ସେହିଭଳି ଏକ୍ସପ୍ରେସ୍ ବସ୍ ଭଡ଼ା କିଲୋମିଟର ପିଛା ୮୪ ପଇସା ରହିଛି । ଡିଲକ୍ସ ଭଡ଼ା ୧ ଟଙ୍କା ୧୧ ପଇସା ରହିଛି । ଏସି ଡିଲକ୍ସ ୧ ଟଙ୍କା ୩୯ ପଇସା ରହିଛି । ସୁପର୍ ପ୍ରିମିୟମ୍ ବସ୍ ଭଡ଼ା ୨.୧୭ ପଇସା ରହିଥିବା ବେଳେ ନିର୍ଧାରିତ ମୁଲ୍ୟ ଠାରୁ ଅଧିକ ଭଡା ଦାବି କରୁଛନ୍ତି । ଆରଟିଓ ଅଧିକାରୀ ନିର୍ଧାରିତ ମୁଲ୍ୟ ଠାରୁ ଅଧିକ ଭଡା ଦାବି କରୁଥିବା ବସ୍ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ହେଉଛି ।