ବାଣପୁର,୧୩।/୦୨: ଆଜି ନେହେରୁ ଯୁବା କେନ୍ଦ୍ର ସଂଗଠନ ତରଫରୁ ସ୍ବାମୀ ବିବେକାନନ୍ଦ ସେବା ସଂଘ,ଆୟତପୁର ଦ୍ଵାରା ବ୍ଲକସ୍ତରୀୟ ଯୁବକ ସଂସଦ ଓ ଜଳଶକ୍ତି ଅଭିଯାନ କାଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉକ୍ତ କାଯ୍ୟକ୍ରମ ରେ ମୁଖ୍ୟ ଅତିଥି ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ସୁରେନ୍ଦ୍ର ନାଥ ଭୋଳ,ଗ୍ରାମ ମୁଖିଆ ଶ୍ରୀଯୁକ୍ତ ଭାଗିରଥି ପ୍ରଧାନ,ସମାଜ ସେବୀ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ପ୍ରଧାନ,ଜାତୀୟ ଯୁବ ସ୍ଵେଚ୍ଛାସେବୀ ବିରେନ୍ଦ୍ର କୁମାର ବେହେରା,ଯୁବ ସ୍ଵେଛାସେବୀ ବିଷ୍ଣୁ ପ୍ରସାଦ ପଣ୍ଡା,କ୍ଲବ ସଭାପତି ସୁଶାନ୍ତ ପ୍ରଧାନ,ସମ୍ପାଦକ ଉତ୍ତମ ପ୍ରଧାନ ସମେତ କ୍ଲବ ଓ ଗ୍ରାମର ସମସ୍ତ ଅଧିବାସୀ ଯୋଗ ଦେଇଥିଲେ।ଜଳର ସଠିକ୍ ବ୍ୟବହାର କରିବା ,ଜଳର ଅପବ୍ୟବହର ନକରିବା ଏବଂ ଜଳକୁ ସଞ୍ଚୟ କରିବା ପାଇଁ ମୁଖ୍ୟ ଅତିଥି ମହୋଦୟ ନିଜର ଅଭିଭାଷଣ ଦେଇଥିଲେ।ଗ୍ରାମରେ ସ୍ବଚ୍ଛତା ଏବଂ ସଚେତନତା କରିବା ପାଇଁ ଜାତୀୟ ଯୁବ ସ୍ଵେଚ୍ଛାସେବୀ ବିରେନ୍ଦ୍ର କୁମାର ବେହେରା ଗ୍ରାମର ଅଧିବାସୀ ମାନଙ୍କୁ ଅନୁରୋଧ କରିଥିଲେ। ଶ୍ରୀଯୁକ୍ତ ଭାଗିରଥି ପ୍ରଧାନ ସମସ୍ତଙ୍କୁ ମାସ୍କ ଏବଂ ସାନିଟାଇଜର ବ୍ୟବହାର କରିବା ପାଇଁ କହିଥିଲେ । ଗ୍ରାମର ଛୋଟ ଛୋଟ ପିଲାଙ୍କ ଦ୍ଵାରା ଭାଷଣ ପ୍ରତିଯୋଗିତା କରାଯାଇ , ସେମାନଙ୍କୁ ମାନପତ୍ର ସହିତ ଉପହାର ଦିଆଯାଇଥିଲା।ଜଳ ସୁରକ୍ଷା ଏବଂ ସଠିକ୍ ବ୍ୟବହାର ପାଇଁ ସମସ୍ତେ ଶପଥ ପାଠ କରିଥିଲେ।ଶେଷରେ କ୍ଲବ୍ ସମ୍ପାଦକ ଉତ୍ତମ ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ।