ବାଣପୁର,୧୩/୦୨: ସ୍ଵଛଭାରତ ନାରାର ଡିଣ୍ଡିମ ପିଟୁଥିବା ପ୍ରଶାସନ ଆଜି ଆପଣେଇ ନେଇଛି ଗନ୍ଧ, ଦୁର୍ଗନ୍ଧ ଓ ଆବର୍ଜନାକୁ, ପ୍ରତିବାଦ କଲେ ଧମକ ମିଳୁଛି ସାଧାରଣଙ୍କୁ । ଖୋର୍ଦ୍ଧା ଜିଲ୍ଲା ବାଣପୁର ଏନଏସି ଟିକସ ନେଇ ସେବା ପ୍ରଦାନ ପାଇଁ ପଛଘୁଞ୍ଚା ଦେଉଛି। ଦୀର୍ଘଦିନ ଧରି ବାଣପୁର ଏନଏସି ଅଞ୍ଚଳ ସଫା ସୁତୁରା ନହେବାରେ ଅସ୍ଵାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇ ନାନାପ୍ରକାର ରୋଗ ଜୀବାଣୁ ଉଦ୍ଭାବନ ହୋଇ ବିକଶିତ ଦୃତ ଗତିରେ ଚାଲିଛି । ସରକାର ସ୍ଵଛଭାରତ ମିଶନ ରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ବିଭାଗୀୟ ଅଧିକାରୀ ଓ କଣ୍ଟ୍ରାକ୍ଟରଙ୍କ ମଧୁ ଚନ୍ଦ୍ରିକାରେ ଏଠି ବାଟ ମରଣା ହେଉ ଥିବା ଚର୍ଚା ହେଉଛି । ଏଠାକାର ଅଧିବାସୀମାନେ ଗନ୍ଧ, ଦୁର୍ଗନ୍ଧରେ ଅଣ ନିଶ୍ବାସୀ ହୋଇ ସ୍ୱାସ୍ଥ୍ୟକର ପରିବେଶର ଆଶା ଏଠି ମଉଳି ଗଲାଣି । ଏଠି ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ପଚାରିଲେ ବୁମେରାଂ ଉତ୍ତର ମିଳେ । କିଛି ସଫେଇ କର୍ମଚାରୀ ମାନଙ୍କୁ ପଚାରିଲେ ସେମାନେ କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ କଣ୍ଟ୍ରାକ୍ଟର ଉଭୟେ କୌଣସି ଆଲୋଚନାକୁ ପ୍ରସ୍ତୁତ ନାହାନ୍ତି ବୋଲି ଉତ୍ତର ମିଳେ । ଏଠାରେ ଅଧିକାରୀ ମାନଙ୍କ ମନମୁଖୀ କାର୍ଯ୍ୟ କଳାପ ଦ୍ଵାରା ଏ ଅଞ୍ଚଳରେ ଐତିହ, ସୁନାମ ସବୁ ନଷ୍ଟ ହେବାକୁ ବସିଛି । ଏସବୁ ବିରୁଦ୍ଧରେ ଏକ ମୃଦ୍ୟୁ ଆନ୍ଦୋଳନ ସାଧାରଣ ଜନତାଙ୍କୁ ଜାଗ୍ରତ କରିବାକୁ ପ୍ରସ୍ତୁତ ହୋଇ ଆଇନ କାନୁନକୁ ହାତକୁ ନେବା ପାଇଁ BLUE PRINT ପ୍ରସ୍ତୁତ ହେଉ ଥିବା ଆଲୋଚନା ହେଉଛି । ଏତିକିବେଳେ ଏଠାକାର ଜନ ପ୍ରତିନିଧିଙ୍କ ଶୁପ୍ତ ଜାଗ୍ରତ ନିତି ସନ୍ଦେହ ଘେରକୁ ଟାଣି ନେଉଛି ।