ଓକିଲଗୁଡା ବେଆଇନ ଖାଦାନ ବିସ୍ଫୋରଣ ଘଟଣା ପୁଣି ୩ ଗିରଫ ସହ ବିସ୍ଫୋରକ ସାମଗ୍ରୀ ଜବତ

ଗୁଣୁପୁର,୨୯।୧୦: (ସିଦ୍ଧାର୍ଥ ଦାଶ) ରାୟଗଡ଼ା ଜିଲ୍ଲାର ଗୁଣୁପୁର ଠାରେ ବେଆଇନ ଭାବେ ଓକିଲଗୁଡାରେ ଚାଲିଥିବା ଖାଦାନରେ ବିସ୍ଫୋରଣରେ ଗତ ୧୬ ତାରିଖ ଅପରାହ୍ନରେ ଘଟିଥିବା ପଥର ଖଣି ବିସ୍ଫୋରଣରେ ୩ ଜଣ ଶ୍ରମିକଙ୍କ ମୃତ୍ୟୁ ସହ ୯ ଜଣ ଗୁରୁତର ଆହତ ହୋଇଥିଲେ । ଅଭିଯୋଗକାରୀ ମୃତ ମଙ୍ଗୁ ଶବରର ପୁଅ ମାଲ୍କୁ ଶବର(୬୦), ଲୁଙ୍ଗୁରତାଲ ଗ୍ରାମ, ଥାନା ପୁଟାସି°, ଗୁଣପୁର ଦେଇଥିବା ଲିଖିତ ଅଭିଯୋଗ ଅନୁସାରେ ଗୁଣୁପୁର ୧୭୯/୨୦ ତା:୧୬/୧୦/୨୦୨୦ ୟୁ/ଏସ୨୮୬/୩୨୪/୩୨୬/୩୦୪ ଆଇଲିସ ଆର.ଡବ୍ଲୁ ସେକ୍ସନ ୩/୪/୫ ବିସ୍ଫୋରକ ପଦାର୍ଥ ଅଧିନିୟମ-୧୯୦୮ ଅନୁସାରେ ଗୁଣୁପୁର ଭାରପ୍ରାପ୍ତ ଥାନା ଅଧିକାରୀ ଶ୍ରୀ ରଶ୍ମିରଞ୍ଜନ ପ୍ରଧାନଙ୍କ ଓ ତାଙ୍କ ଟିମ ନେତୃତ୍ବରେ ଘଟଣାରେ ସ°ପୃକ୍ତ ଥିବା ନେଇ ତିନି ଅଭିଯୁକ୍ତ ରାୟଗଡ଼ା ଜିଲ୍ଲା ଗୁଣପୁର ଥାନା ଅନ୍ତର୍ଗତ ସୌରା ପ୍ରଧାନୀଗୁଡ଼ା ଗାଁର ୩୪ବର୍ଷୀୟ ପ୍ରଦୀପ ଯୋଗୀ, ୩୮ ବର୍ଷୀୟ ଘାସି ଯୋଗୀଙ୍କ ପୁଅ ପ୍ରତାପ ଯୋଗୀ ଓ ୬୨ ବର୍ଷୀୟ ସ୍ୱର୍ଗତ ରାମଚନ୍ଦ୍ର ଯୋଗୀଙ୍କ ପୁଅ ଘାସି ଯୋଗୀଙ୍କୁ ଗିରଫ କରିଛି। ବିନା ପରିବେଶ ମଞ୍ଜୁରୀରେ ପଥର ଖାଦାନ, ବିନା ପଥର ବିସ୍ଫୋରଣ ଅନୁମତିରେ ପଥର ଖାଦନ ଚଲେଇଥିବା ନେଇ ଗୁଣପୁର ପୋଲିସ ଗିରଫ କରିଥିବା ସମସ୍ତ ଅଭିଯୁକ୍ତମାନଙ୍କ ଠାରୁ ବିସ୍ଫୋରକ ସାମଗ୍ରୀ ଯଥା ଇଲେକ୍ଟ୍ରୋନି ଡିଟୋନେଟର, ତାର ସହିତ ଜେଲାଟିନ୍, ଟ୍ରାକ୍ଟରରେ ସଜାଯାଇଥିବା କମ୍ପ୍ରେସର ମେସିନ୍ ସହିତ ଡ୍ରିଲିଂ ରଡ, ଖନନ ପାଇଁ ବ୍ୟବହୃତ ପାଇପ୍,
ଦୁଇଟି ଟିପ୍ପର ସହ ଗୋଟିଏ ଟାଟା ହିଟାଚି ମେସିନ୍, ଗୋଟିଏ ହୁଣ୍ଡାଇ କ୍ରେଟା କାର୍, ପଥର କ୍ୱାରୀ ଲିଜ୍ ଚୁକ୍ତି କପି, ବିସ୍ଫୋରକ ଚୁକ୍ତି କପି ଜବତ କରିଛି ପୋଲିସ । ଏଥି ପୂର୍ବରୁ ତା,୨୦।୧୦।୨୦୨୦ରିଖରେ ହରିଶ୍ଚନ୍ଦ୍ର ଗମାଙ୍ଗୋ, ପିତା.ସଂଜୟ ଗମାଙ୍ଗୋଙ୍କୁ ଗୁଣପୁର ପୋଲିସ ଗିରଫ କରିଥିବା ବେଳେ ଉକ୍ତ ଘଟଣାରେ ପୂର୍ବରୁ ଜଣେ ଆରଆଇ, ଏଆରଆଇ ନିଲମ୍ବିତ ହୋଇସାରିଥିଲେ ,ପରେ ରାୟଗଡ ଜିଲ୍ଲାପାଳଙ୍କ ସୁପାରିଶ କ୍ରମେ ରାଜ୍ୟ ସରକାର ଗୁଣପୁର ତହସିଲଦାର ଲକ୍ଷ୍ମୀନାରାୟଣ ସାବତଙ୍କୁ ନିଲମ୍ବିତ କରାଛନ୍ତି ।