ବରଗଡ଼,୧୯/୧୦: ସଂକଲ୍ପ ପରିବାରର ରକ୍ତସଂଗ୍ରହ ଅଭିଯାନର ଆଜି ସପ୍ତମ ରକ୍ତଦାନ ଶିବିର ଭଟଲି ବ୍ଲକ ଭୂଲିଆଡ଼ିହି (ଭିଂଜିତୁରା) ଠାରେ ଅନୁଷ୍ଠିତ ହୋଇଥିଲା । ଏହି ରକ୍ତଦାନ ଶିବିର ହାସ୍ୟକବି ଦେବେନ୍ଦ୍ର ସାହୁଙ୍କ ପୁଅ କୋଶଳ ସାହୁଙ୍କ ଷଷ୍ଠ ଜନ୍ମଦିନ ଅବସରରେ ଆୟୋଜନ କରାଯାଇଥିଲା। ଏଥିରେ ମୁଖ୍ୟଅତିଥି ଭାବରେ ଶ୍ରୀ ଦ୍ରୋଣ ପଟେଲ ,ପ୍ରଧାନ ଶିକ୍ଷକ (ଭୁଲିଆଡିହି ସେବାଶ୍ରମ ବିଦ୍ୟାଳୟ) ଯୋଗଦାନ କରି ଶିବିରକୁ ଉଦଘାଟନ କରିଥିଲେ ଏବଂ ସମ୍ମାନିତ ଅତିଥି ଭାବରେ ଅନ୍ତର୍ଜାତୀୟ ପାର୍ବତରହି ଲିପିକା ସେଠ୍ ଯୋଗଦାନ କରି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଶିବିରରେ ଜଣେ ଭିନକ୍ଷମ ଯୁବକ ସ୍ୱଇଛାରେ ଆସି ରକ୍ତଦାନ କରିଥିଲେ । ଭୁଲିଆଡିହି ଗ୍ରାମରେ ଏହା ପ୍ରଥମ ରକ୍ତଦାନ ଶିବିର ଅଟେ ଏହା ପୂର୍ବରୁ କେବେ ରକ୍ତଦାନ ଶିବିର ହୋଇନଥିଲା । ଶିବିରରେ ଜଣେ ମହିଳା ରକ୍ତଦାତାଙ୍କ ସହିତ ମୋଟ 37ୟୁନିଟ ରକ୍ତବୁର୍ଲା ରକ୍ତଭଣ୍ଡାର କର୍ମଚାରୀଙ୍କ ସାହାଯ୍ୟରେ ସଂଗ୍ରହ ହୋଇଥିଲା । ସଂକଲ୍ପ ପରିବାର ତରଫରୁ ଆଲୋକ ପଧାନ ଓ ଶ୍ରୀକାନ୍ତ ପଣ୍ଡାଙ୍କ ନେତୃତ୍ୱରେ ଶିବିର ପରିଚାଳନା ହୋଇଥିବାବେଳେ ସୁବ୍ରତ ଭୋଇ, ହିମାଂଶୁ ଦେହେରି, ଶିଶିର ସାହୁ, ସୁଧୀର ସାହୁ, ସୁମିତ ସାହୁ,ବିବେକ ଯାଦବ, ଆକାଶ ସାହୁ, ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ । ଆଜି ରକ୍ତଦାନ କରିଥିବା ସମସ୍ତ ରକ୍ତଦାତା ନୂତନ ରକ୍ତଦାତା ଅଟନ୍ତି ଏହା ପୂର୍ବରୁ କେବେମଧ୍ୟ ସେମାନେ ରକ୍ତଦାନ କରିନଥିଲେ । ଠିକ ସେହିପରି ଏହି ଅବସରରେ ଭଟଲି ଆହ୍ୱାନ କ୍ଲବ ତରଫରୁ ଅନ୍ତର୍ଜାତୀୟ ପର୍ବତାରହି ଲିପିକା ସେଠ୍ ଙ୍କୁ ଅଙ୍ଗବସ୍ତ୍ର ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ ।