ବାଣପୁର, ୦୯/୧୦: ବାଣପୁରରେ ତଥା ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ଉଦ୍ବେଗଜନକ ହୋଇଥିବା ବେଳେ ଲୋକେ ସତର୍କ ଓ ସଚେତନ ହେଉନାହାଁନ୍ତି। ଖୋର୍ଦ୍ଧା ଜିଲ୍ଲା ବାଣପୁରରେ କୋଭିଡ କଟକଣା ଉଲ୍ଲଙ୍ଘନକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ସ୍ୱରୁପ ପ୍ରଶାସନ ତତ୍ପର ହୋଇ ଏ ଦିଗରେ ଏକ ସ୍ବତନ୍ତ୍ର ଟାକ୍ସ ଫୋର୍ସ ଟିମ ସହିତ ବାଣପୁର ବ୍ଲକ, ତହସିଲ, ଏନ୍.ଏ.ସି ଓ ପୋଲିସ୍ କର୍ମକର୍ତ୍ତା ମାନେ ଉପସ୍ଥିତ ରହି କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ବାଣପୁର ସହରାଞ୍ଚଳ ଓ ଗ୍ରାମାଞ୍ଚଳର ବିଭିନ୍ନ ଦୋକାନ ଯେଉଁ ମାନେ ସାମାଜିକ ଦୂରତା ପାଳନ କରୁନଥିଲେ ଓ ମାସ୍କ ପରିଧାନ କରିନଥିବା ଲୋକମାନଙ୍କ ଠାରୁ ମୋଟ୨୯ଟି ରସିଦରେ ଟ୨୦,୦୦୦ଙ୍କା (କୋଡିଏ ହଜାର) ଜୋରିମାନା ଆଦାୟ କରିଛନ୍ତି। ଜୋରିମାନା ରସିଦରେ କେତେଥର ଦୋଷ ଉଲଙ୍ଘନର ସବିଶେଷ ତଥ୍ୟ ରହୁନଥିବାରୁ ଓ ସ୍ଵତନ୍ତ୍ର ଟାକ୍ସ ଫୋର୍ସ ଟିମ୍ ଅନ୍ତର୍ଭୁକ୍ତ ସଦସ୍ୟଗଣ ସ୍ଵୟଂ କୋଭିଡ ନୀତିକୁ ଉଲଙ୍ଘନ କରିଥିବା ତଥା ସାମାଜିକ ଦୂରତା ରକ୍ଷା କରି ନଥିବା ଦୃଷ୍ୟରେ ସାଧାରଣ ଜନତା ଅସନ୍ତୋଷ ପ୍ରକଟ କରିଛନ୍ତି। ବିଭିନ୍ନ ସ୍ଥାନରେ ବଡ ବଡିଆଙ୍କ ଆଇନ ଉଲଙ୍ଘନ କଥା ଯେମିତିକି ନେତା, ମନ୍ତ୍ରୀ ଓ ଅଫିସରଙ୍କ ଜନ୍ମ ଉତ୍ସବ ହେଉ ଅବା ଅନ୍ତେଷ୍ଠି କାର୍ଯ୍ୟରେ ସ୍ଵର୍ଗ ଦ୍ଵାରରେ VIP & VVIP ମାନଙ୍କ ଭିଡ ଜମିବା ଆଦି King Can Do No Wrong / ପଣ୍ଡିତ ପୁଅ ମାଙ୍କଡ଼ ମାରିଲେ ଦୋଷ ନାହିଁ ନୀତିରେ ଚାଲିଛି। ଏ ପ୍ରକାର ଦୋମୁହାଁ ନିତି ଯେମିତିକି କୁଜି ଅସରପା ଉପରେ କାଣି ବିଲେଇର ରାଜ । ଟାସ୍କ ଫୋର୍ସ ର ଜୋରିମାନା ଆଦାୟ ଗତି ଯଦି ସମାନ୍ତରଳ ଭାବେ ସମାଜରେ ବିଶୋଧନ, ସ୍ୱାସ୍ଥ୍ୟ ସେବା ଓ ସଚେତନ ଇତ୍ୟାଦି ଉପରେ ରହିବ ତେବେ ଆଦର୍ଶ ମହତ ପଣିଆ ପ୍ରକାଶ ପାଇବ ବୋଲି ମତ ମିଳୁଛି ।