ବାଲୁଗାଁ ୦୯/୧୦ : ବାଲୁଗାଁ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ପକ୍ଷରୁ ଉତ୍କଳ ମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୪ତମ ଜନ୍ମ ବାର୍ଷିକ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ବିନତି ମଞ୍ଜରୀ ରାଉତଙ୍କ ଅଧ୍ୟକ୍ଷତାରେ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ସ୍ଵେଛାସେବୀ ମାନେ ମହାବିଦ୍ୟାଳୟ ପରିସରରେ ଥିବା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପ ମାଲ୍ୟ ଅର୍ପଣ କରିବା ସହ ଭକ୍ତିପୂତ ଅର୍ଘ୍ୟ ପ୍ରଦାନ କରିଥିଲେ । ଅଧ୍ୟକ୍ଷା ଶ୍ରୀମତୀ ରାଉତ ଅଭିଭାଷଣ ପ୍ରଦାନ କରି ସ୍ଵେଚ୍ଛାସେବୀ ମାନଙ୍କୁ ଉତ୍ସାହିତ କରିବା ସହିତ ଗୋପବନ୍ଧୁଙ୍କ ରାଜନୈତିକ, ଶୈକ୍ଷିକ,ସଜ୍ଜନଶୀଳତା, ଓ ସମାଜସେବା ଆଦି ବ୍ୟକ୍ତିତ୍ଵ କୁ ନିଜ ଜୀବନରେ କାର୍ଯ୍ୟକାରୀ କରିବା ପାଇଁ ଉପଦେଶ ଦେଲେ । ଗୋପବନ୍ଧୁଙ୍କ ବ୍ୟକ୍ତିତ୍ଵ ଓଡିଶାର ଜନମାନସଙ୍କୁ ପ୍ରଭାବିତ କରିବା ସହିତ ତାଙ୍କର ସମାଜପ୍ରତି ଥିବା ସମାଜସେବାର ନିଷ୍ଠା ଜାତୀୟ ସେବା ଯୋଜନାର ସ୍ଵେଚ୍ଛା ସେବି ମାନଙ୍କୁ ଅନୁପ୍ରାଣିତ କରିଛି । ଗୋପବନ୍ଧୁଙ୍କ ଜୟନ୍ତୀ ଅବସରରେ ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ଡ. ଲକ୍ଷ୍ମୀଧର ସୁବୁଦ୍ଧି, ଅଧ୍ୟାପିକା ଶ୍ରୀମତୀ ରୀନା ରାଉତ ଡ. କୈଳାସ ଚନ୍ଦ୍ର ମହାରଣା, ଡ. କଳ୍ପନା ଦାସ ଓ ଡ. ଜୟନ୍ତୀ ସାମଲ ପ୍ରମୁଖ ଯୋଗ ଦେଇଥିଲେ ଏବ॰ ଗୋପବନ୍ଧୁଙ୍କ ତ୍ୟାଗ ଓ ସେବା ମନୋଭାବ ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ଏହି ଶୁଭ ଅବସରରେ ଜାତୀୟ ସେବା ଯୋଜନା ପକ୍ଷରୁ ମହାବିଦ୍ୟାଳୟ ମଧ୍ୟରେ ଏକ ଔଷଧୀୟ ଉଦ୍ୟାନର ଶୁଭାରମ୍ଭ ହୋଇଥିଲା । ଏବ॰ ସ୍ଵେଚ୍ଛାସେବୀ ମାନେ ବୃକ୍ଷ ମାନଙ୍କର ଯତ୍ନ ନେବା ସହ ସମଗ୍ର ମହାବିଦ୍ୟାଳୟ ପରିସରକୁ ପରିଷ୍କାର ପରିଚ୍ଛନ କରିଥିଲେ । ଏହି କାର୍ଯ୍ୟକ୍ରମ ବରିଷ୍ଠ ସ୍ଵେଚ୍ଛାସେବୀ ବର୍ଷା ବେହେରା, ତେଜସ୍ଵିନୀ ପଣ୍ଡା, ଭୋପେଶ କୁମାର ସାହୁ,ଶୁଭଙ୍କର ସାହୁ ଓ ସୁଗନ୍ଧରାଜ ଜେନା ପ୍ରମୁଖ ପରିଚାଳନା କରିଥିଲେ।