ଟାଙ୍ଗୀ,୧୭।୦୯: ବିଭିନ୍ନ କାର୍ଯ୍ୟ ପାଇଁ ସରକାରୀ କାର୍ଯ୍ୟାଳୟ ହେଉ ଅବା ଲିମିଟେଡ କମ୍ଫାନୀ ହେଉ ନିଜସ୍ୱ ବିଭାଗୀୟ ଗାଡି ନଥିଲେ ସେମାନେ ସଂପୂର୍ଣ୍ଣ Up to date ଥିବା Commercial ଗାଡିକୁ ଉଚ୍ଚିତ ଚୁକ୍ତିପତ୍ର ମାଧ୍ୟମରେ ଲିଜ ନେଇ ବ୍ୟବହାର କରିପାରିବେ । କିନ୍ତୁ ଆଜିର ଦିନରେ ଦେଖିବାକୁ ମିଳୁଛି ସମ୍ଫୃକ୍ତ ବିଭାଗୀୟ ଅଧିକାରୀମାନେ ନିଜର କିମ୍ବା ଆତ୍ମୀୟ ମାନଙ୍କ Non Commercial ଗାଡିକୁ ନିଜର ବିଭାଗରେ ଲାଭଦାୟକ ବ୍ୟବସାୟରେ ଲଗାଇ ଲାଭଖାଇବାରେ ଲିପ୍ତ ଅଛନ୍ତି । ଏଥିପ୍ରତି RTO ଅଧିକାରୀମାନେ ନିଜକର୍ତ୍ତବ୍ୟପ୍ରତି ଯତ୍ନବାନ ନହେଲେ ହଜାର ହଜାର ଟଙ୍କାର ଟିକସ ଭରୁଥିବା Commercial ଗାଡି ମାଲିକ ଜୀବିକା ହରେଇବା ସହ ଆମ ଅର୍ଥନୀତି କ୍ଷତି ହେବାର ସମ୍ଭାବନାକୁ ଏଡାଇ ଦିଆଯାଇନପାରେ ।