ଆଶ୍ଵିନ (କନ୍ୟା) ସେପ୍ଟମ୍ବର ୧୮ ତାରିଖ ୨୦୨୦
ମେଷ – ସୁଖହାନୀ ଘଟିବାର ଯୋଗ ରହିଛି। ଅପଦସ୍ତ ହୋଇପାରନ୍ତି। ମାତା ଦୂର୍ଗାଙ୍କର ଉପାସନା କରନ୍ତୁ।
ବୃଷ – ଘାତଚନ୍ଦ୍ର ରହିଛି। ସତର୍କର ସହ କାର୍ଯ୍ୟ କରନ୍ତୁ। ତୁଳସୀ ବୃକ୍ଷର ମୂଳକୁ ବାହୁରେ ଧାରଣ କରନ୍ତୁ ଲାଘବ ହେବ।
ମିଥୁନ – ଶତ୍ରୁ ବୃଦ୍ଧି ଘଟିପାରେ। ମାନସିକ ଅସନ୍ତୋଷ ଦେଖାଦେବ। ହନୁମାନ ଚାଳିଶା ପାଠ କରନ୍ତୁ ଲାଘବ ହେବ।
କର୍କଟ – କାର୍ଯ୍ୟ ସଫଳ ଯୋଗ ରହିଛି। କର୍ମତତ୍ପର ହୁଅନ୍ତୁ। ଦିନଟି ଭଲରେ କଟିବାର ସମ୍ଭାବନା ଅଛି।
ସିଂହ – ଚିନ୍ତାଗ୍ରସ୍ତ ହୋଇପାରନ୍ତି। ସାମାନ୍ୟ ଶାରୀରିକ ଅସୁସ୍ଥତା ଅନୁଭବ କରିବେ। ଆୟ ସ୍ଥିର ରହିବ।
କନ୍ୟା – ଶ୍ରୀଚନ୍ଦ୍ର ରହିଛି। ସର୍ବ କୁଶଳ ଅନୁଭୂତ ହେବ। ଦିନଟି ଉତ୍ତମ ଫଳଦାୟକ ହେବାର ସମ୍ଭାବନା ରହିଛି।
ତୁଳା – କାର୍ଯ୍ୟହାନୀ ଘଟିପାରେ। ଆୟ ସାମାନ୍ୟ କମିଯିବ। ଭଗବାନ ଗଣେଶଙ୍କ ଉପାସନା କରନ୍ତୁ।
ବିଛା – ଦ୍ରବ୍ୟଲାଭ ହୋଇପାରେ। ସହଯୋଗ ମିଳିବ। ଶାରୀରିକ ସୁସ୍ଥତା ଅନୁଭବ କରିବେ।
ଧନୁ – ସମ୍ମାନିତ ହେବେ। ଆୟ ଭଲ ହୋଇପାରେ। ମାନସିକ ସ୍ଥିରତା ଅନୁଭବ କରିବେ।
ମକର – ଆଜି ଆପଣ ନିର୍ଭରଶୀଳ ହୋଇ କାର୍ଯ୍ୟ କରିବେ। ସହଯୋଗ ମିଳିବ। ଆୟ ଠିକ ରହିବ।
କୁମ୍ଭ – ଅର୍ଥକ୍ଷୟ ଯୋଗ ରହିଛି। ସତର୍କ ରୁହନ୍ତୁ। ସୂର୍ଯ୍ୟଦେବଙ୍କର ଉପାସନା କରନ୍ତୁ ଲାଘବ ହେବ।
ମୀନ – ଆମୋଦ ପ୍ରମୋଦ ଭିତରେ ଦିନଟି କଟିବ। ସହଯୋଗ ପ୍ରାପ୍ତି ହେବ। ଆୟ ଅଧିକ ହେବାର ସମ୍ଭାବନା ରହିଛି।