ଗୃହହୀନ ଓ ଅସହାୟ ଙ୍କ ସେବାରେ ସଦାସର୍ବଦା ଅଛି:ବିଧାୟକ ବିଜୟ ରଂଜନ ସିଂ ବରିହା

ବରଗଡ,୦୪।୦୮: ରାଜ୍ୟରେ ଯେଉଁ ମାନେ ଗୃହହୀନ ଅବସ୍ଥାରେ ଅଛନ୍ତି ସେମାନଙ୍କୁ ଥଇଥାନ କରିବାକୁ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସମସ୍ତ ବ୍ଲକ ତଥା ବିଧାୟକ ମାନଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । ଏ ପରିପେକ୍ଷୀ ରେ ବରଗଡ ଜିଲ୍ଲା ପାଇକମାଲ ବ୍ଲକ ଅଧିନସ୍ଥ ବୁକୁରାମୁଣ୍ଡା ଗ୍ରାମପଂଚାୟତ କାର୍ଯ୍ୟାଳୟ ର ପରିସର ରେ ୬ ଟି ପଞ୍ଚାୟତ ର ଟେମରୀ, ଲଖମରା, ବାଦିକଟା, ସରେଇକେଲା, ଚର୍ଦାପାଲି ଓ ବୁକୁରାମୁଣ୍ଡା ଗ୍ରାମପଞ୍ଚାୟତ ର ପ୍ରଥମ ସ୍ତର ରେ ୩୦ ଜଣ ଗୃହ ହିନ ହିତାଧିକାରୀ ଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିଲା ଏ ଶୁଭ ଦିବସ ରେ ପଦ୍ମପୁର ନିର୍ବାଚନ ମଣ୍ଡଳୀ ର ବିଧାୟକ ତଥା ପୂର୍ବତନ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଶ୍ରୀଯୁକ୍ତ ବିଜୟ ରଂଜନ ସିଂ ବରିହା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉପସ୍ଥିତ ଜନତାଙ୍କୁ କୋଭିଡ-୧୯ ସମୟ ରେ ମାନ୍ୟବର ନବୀନ ପଟ୍ଟନାୟକ ଙ୍କ ଦୂରଦୃଷ୍ଟି ପାଇଁ ଆଜି ଓଡିଶା କଣ ସାରା ଭାରତ ବର୍ଷ ଗର୍ବ ଅନୁଭବ କରୁଛି, ତେଣୁ ଆପଣ ମାନଙ୍କୁ ଅନୁରୋଧ କରୋନା କୁ ଆମେ ସମସ୍ତେ ସଚେତନ ହେଲେ କରୋନା ନିଶ୍ଚୟ ଦୂରରେ ରହିଥିବ ବୋଲି ମତବ୍ୟକ୍ତ କରିଥିଲେ । ପାଇକମାଲ ବି.ଡି.ଓ ସୁରେନ୍ଦ୍ର ଭୋଇ ଙ୍କ ଅଧ୍ୟକ୍ଷତା ରେ ସମ୍ମାନୀତ ଅତିଥି ଭାବେ ପାଇକମାଲ ବ୍ଲକ ଅଧ୍ୟକ୍ଷ ଅଲତାପ ମହମ୍ମଦ ପାଇକମାଲ ବ୍କକ ବିଧାୟକ ପ୍ରତିନିଧି ହୃଦାନନ୍ଦ ବାରିକ ଯୋଗ ଦେଇଥିଲେ । ସ୍ଥାନୀୟ ବିଧାୟକ,ପାଇକମାଲ ବ୍କକ ଚ୍ୟାୟାରମେନ ତଥା ବୁକୁରାମୁଣ୍ଡା ସରପଂଚ ଶ୍ରୀଯୁକ୍ତ ଅଭିମନ୍ୟୁ ବରିହା ୩୦ ଜଣ ହିତାଧିକାରୀ ଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରିଥିଲୋ ଅନ୍ୟମାନଙ୍କ ମଧ୍ୟରେ ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସର୍ବଶ୍ରୀ:- ଭୋଜରାଜ ଭୁଏ, ଦେବାଶିଷ ଲୁହା, ଆନନ୍ଦଲାଲ ନାଏକ, ମହେନ୍ଦ୍ର ବନଛୋର, ପଂଚାୟତ ସ୍ତର ର ବିଧାୟକ ଙ୍କ ପ୍ରତିନିଧି ସର୍ବଶ୍ରୀ:- କୁମୁଦ ବାଗ, ଖିତି ସାହୁ, କିର୍ତୀ ସାହୁ, ଅମରେଶ ଭୋଇ , ନାରାୟଣ ବେହେରା, ଗିରିଧାରୀ ବରିହା, ଶ୍ରୀମତି ସସ୍ମିତା ଯୋଶୀ ଏବଂ ଚର୍ଦାପାଲି ସରପଂଚ ଶ୍ରୀଯୁକ୍ତ ଗିରିଶ ଚନ୍ଦ୍ର ନାଏକ ପ୍ରମୁଖ ଉପସ୍ଥିତ ଥିଲେ ।