ବାଣପୁରରେ ବିଫଳ କଣ୍ଟେନମେଣ୍ଟ ଓ ସଟଡାଉନ ପରିଚାଳନା ।

ବାଣପୁର, ୦୬/୦୮: ବାଣପୁରରେ କରୋନା ପରିଚାଳନା ଅତି ଗୁରୁତ୍ଵ ବିଷୟ ହୋଇଥିବା ବେଳେ ଜନହିତ ଦୃଷ୍ଟିରୁ ଉପଜିଲ୍ଲାପାଳ ନିଜର ନିର୍ଦ୍ଦେଶନାମା ନ॰ -୩୫୨୦, ତା -୦୬/୦୮ (COVID-19) ବଳରେ ବାଣପୁର ଏନଏସିର ୱାର୍ଡ ନ॰-୪,୨ ଓ ୧୩ର ପ୍ରାୟ ୫୫୦ ଘରକୁ ନେଇ କଣ୍ଟେନମେଣ୍ଟ ଅଞ୍ଚଳ ଘୋଷଣା କରିବା ସହିତ ସେହିପରି ନିଜର ଆଦେଶ ନ॰-୩୫୨୪, ତା- ୦୬/୦୮ (COVID-19) ବଳରେ ବାଣପୁର ଏନଏସିର ୱାର୍ଡ ନ॰- ୪,୫,୭ ଓ ୯ର ବିଷରପାଟଣା ଛକ ଠାରୁ ସରକାରୀ ବାଳକ ଉଚ୍ଚବିଦ୍ୟାଳୟ ପର୍ଯ୍ୟନ୍ତ ପ୍ରାୟ ୬୦୦ ଘର ଓ ୱାର୍ଡ ନ॰- ୮ ଏବ॰ ୧୦ ର ଦୋଳମଣ୍ଡପସାହି ଛକ ଠାରୁ ମା’ ଭଗବତୀ ମନ୍ଦିର ପର୍ଯ୍ୟନ୍ତ ପ୍ରାୟ ୩୦୦ ଘରକୁ ନେଇ କଣ୍ଟେନମେଣ୍ଟ ଅଞ୍ଚଳ ଘୋଷଣା କରାଯାଇଛି । ଏହି ନିର୍ଦେଶନାମାରେ ESSENTIAL COMMODITY ଓ Sanitary ଯୋଗାଣ ପାଇଁ ବାଣପୁର ବ୍ଲକରେ JE ଶ୍ରୀ ଅଜୟ କୁମାର ଗୁମାନସି॰, SANITIZATION ପାଇଁ ବାଣପୁର Fire Stationର Station Officer, ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ନିରୀକ୍ଷଣ, Testing, Tracing ଇତ୍ୟାଦି ପାଇଁ ବାଣପୁର CHCର Medical Officer Dr. D Mahapatra, ପ୍ରତି ଘରକୁ ଘର Survey ପାଇଁ ବାଣପୁର ବ୍ଲକର CDPO Smt. Bidyutprava Rath ଓ ଏ ସମସ୍ତ ବ୍ୟବସ୍ଥାକୁ ନିରୀକ୍ଷଣ ପାଇଁ ବାଣପୁର Tahasildar Sri Manmanth Kumar Beheraଙ୍କୁ ଦାୟିତ୍ଵର ନିର୍ଦ୍ଦେଶ ରହିଛି । ଏହି ନିର୍ଦ୍ଦେଶ ଜନହିତ ଉଦେଶ୍ୟରେ ହେଉଥିବା ବେଳେ ଦାୟିତ୍ଵରେ ଥିବା ପଦାଧିକାରୀମାନେ ନିର୍ଦ୍ଦେଶନାମାକୁ ହେୟ ମନେକରୁଥିବା ସର୍ବସାଧାରଣରେ ପ୍ରତିଫଳିତ ହେଉଅଛି। ନିର୍ଦ୍ଦେଶାବଳୀର ତଥ୍ୟ ସାର୍ବଜନୀନ କରାଯାଉନଥିବା ବେଳେ ଦାୟିତ୍ଵରେ ଥିବା ଅଧିକାରୀ ମାନଙ୍କର ଯୋଗାଯୋଗ ମୋବାଇଲ ନମ୍ବର ପ୍ରକାଶ କରାଯାଉ ନାହିଁ କିମ୍ବା ନିର୍ଦ୍ଦେଶନାମାକୁ ସର୍ବସାଧାରଣଙ୍କ ଗୋଚରାର୍ଥେ ପ୍ରଚାର ପ୍ରସାର କରାଯାଉନାହିଁ । ଏହା ଦ୍ଵାରା ଜନସାଧାରଣମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବା ସହିତ ପ୍ରଶାସନର ନିର୍ଯ୍ୟାତନାର ଶିକାର ହେଉଛନ୍ତି । କଣ୍ଟେନମେଣ୍ଟ ଅଞ୍ଚଳରେ ସବୁ ସୁବିଧା ସୁଯୋଗର ବ୍ୟବହାର କାଗଜ କଲମରେ ସୀମିତ ରଖାଯାଇ Covid Fundର ବାଟମାରଣା ସର୍ବସମ୍ମୁଖରେ ସନ୍ଦେହ ପ୍ରକଟ କରୁଛି । ଏହା ପୂର୍ବରୁ ଯେତେଥର Containment Zone ଘୋଷଣା ହୋଇଛି, କୌଣସି ଠାରେ କୌଣସି ସୁବିଧା ସୁଯୋଗ କିମ୍ବା ପ୍ରତିକାରତ୍ମକ କରାଯାଇନାହିଁ ।

ଏହି ସମୟରେ ବାଣପୁର ବ୍ଲକର ଭେଟେଶ୍ଵର ପଞ୍ଚାୟତର ସରପଞ୍ଚ ଜିଲ୍ଲାପାଳ କ୍ଷମତା ନିର୍ଦ୍ଦେଶରେ ଜଗନ୍ନାଥପୁର, ପେଣ୍ଡୁରାପଲ୍ଲୀ, ଭେଟେଶ୍ଵର ଓ ବୋରିଗାଁରେ ୦୬.୦୮.୨୦୨୦ ମଧ୍ୟାହ୍ନ ୧୨.୦୦ ଠାରୁ ୦୯.୦୮.୨୦୨୦ ମଧ୍ୟାହ୍ନ ୧୨.୦୦ ପର୍ଯ୍ୟନ୍ତ, ଗାଲୁଆ ପଞ୍ଚାୟତର ସରପଞ୍ଚଙ୍କ ଜିଲ୍ଲାପାଳ କ୍ଷମତା ନିର୍ଦ୍ଦେଶରେ ଭୀମପୁର ଗ୍ରାମର ମାଳିସାହି, ଜଗନ୍ନାଥପାଟଣା, କାନଗୋଇ ସାହିରେ ୦୬.୦୮.୨୦୨୦ ଅପରାହ୍ନ ୪.୦୦ ଠାରୁ ୦୮.୦୮.୨୦୨୦ ଅପରାହ୍ନ ୪.୦୦ ପର୍ଯ୍ୟନ୍ତ ଏବ॰ କୁମାରଙ୍ଗ ସରପଞ୍ଚ ଜିଲ୍ଲାପାଳ କ୍ଷମତାରେ ଗୋବିନ୍ଦପୁରକୁ ୦୬.୦୮.୨୦୨୦ ମଧ୍ୟାହ୍ନ ୧୨.୦୦ ଠାରୁ ୦୯.୦୮.୨୦୨୦ ମଧ୍ୟାହ୍ନ ୧୨.୦୦ ପର୍ଯ୍ୟନ୍ତ ସଟଡାଉନ ଘୋଷଣା କରିଛନ୍ତି । ଏହିସବୁ ଅଞ୍ଚଳରେ ସଟଡାଉନ ଆଖି ଦେଖାଣିଆ ହେଉଥିବାବେଳେ Testing, Tracking ଓ Sanitization ଆଦି ପ୍ରତି କୋଣସି ଦୃଷ୍ଟି ଦିଆଯାଉନଥିବା ଅଭିଯୋଗ ହେଉଅଛି । ସବୁ ସଟଡାଉନ ଓ କଣ୍ଟେନମେଣ୍ଟ ଅଞ୍ଚଳରେ ପରିଚାଳନାରେ ଧର୍ମକୁ ଆଖିଠାରପରି କାମ ହେଉଥିବା ବେଳେ ସବୁ ଉପରିସ୍ଥ ଅଧିକାରୀମାନେ ବିଲେଇ ଆଖି ବୁଜି କ୍ଷୀର ପିଇବାପରି ଅଭିନୟ କରୁଛନ୍ତି । ଏପରି ପରିସ୍ଥିତିରେ ଜନସାଧାରଣଙ୍କ ନିବେଦନ ଉଚିତ ପଦକ୍ଷେପ ସହିତ ସମସ୍ତ ବାସିନ୍ଦାଙ୍କର ଅତ୍ୟାବଶ୍ୟକ ସମେତ ଜୀବନ ଜୀବିକା ପ୍ରତି ଉଚିତ ଧ୍ୟାନ ଦିଆଯାଉ ଓ ଦାୟିତ୍ଵରେ ଥିବା ଅଧିକାରୀ ମାନେ କାର୍ଯ୍ୟକ୍ଷେତ୍ର ମୁଖ୍ୟାଳୟରେ ଅବିରତ ନିଶ୍ଚିତ ଉପସ୍ଥିତ ରହି ନିଜ ନିଜର ଦାୟିତ୍ଵ ସୁଚାରୁ ରୂପେ ସମ୍ପାଦନ କରନ୍ତୁ ।