କଟକ (ସିଏମ୍‌ସି) ଅଞ୍ଚଳରୁ ୭୪ କରୋନା ଆକ୍ରାନ୍ତ ଚିହ୍ନଟ

କଟକ: କଟକ ମହାନଗର ନିଗମ (ସିଏମ୍‌ସି) ଅଞ୍ଚଳରେ ଆଉ ୭୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
୭୪ ଆକ୍ରାନ୍ତଙ୍କ ମଧ୍ୟରୁ ୪୬ ଜଣ ସରକାରୀ କ୍ୱାରେଣ୍ଟାଇନ୍‌ରେ ଥିଲେ। ଏହି ୪୬ ଜଣଙ୍କ ମଧ୍ୟରୁ ୩୮ ଜଣ ହେଉଛନ୍ତି ଆଚାର୍ଯ୍ୟ ହରିହର କ୍ୟାନସର ହସ୍‌ପିଟାଲ୍‌ର ରୋଗୀ ଓ ଆଟେଣ୍ଡାଣ୍ଟ୍, ଯେଉଁମାନେ ଆଇସୋଲେସନ୍ ୱାର୍ଡରେ ଥିଲେ। ସେହିପରି ଆଉ ୩ ଜଣ ହେଉଛନ୍ତି କୋଭିଡ୍ ଯୋଦ୍ଧା। ଆଉ ୫ଟି ହେଉଛି ମାଲିସାହି କଣ୍ଟାକ୍ଟସ କେସ୍‌।

ବାକି ୨୮ ଜଣ ହୋମ୍ କ୍ୱାରେଣ୍ଟାଇନ୍‌ରେ ଥିଲେ। ସେମାନଙ୍କ ମଧ୍ୟରୁ ୧୩ ଜଣ ମାଳିସାହି। ସେମାନଙ୍କ ମଧ୍ୟରେ ୮ ଜଣ ପୁରୁଷ ଓ ୫ ଜଣ ମହିଳା ଅଛନ୍ତି। ସେହିପରି ୧୧ଟି କେସ୍ ମାଣିକଘୋଷ ବଜାରର। ସେମାନଙ୍କ ମଧ୍ୟରେ ୭ ଜଣ ପୁରୁଷ ଓ ୪ ଜଣ ମହିଳା ଅଛନ୍ତି। ସିଏମ୍‌ସି ପକ୍ଷରୁ ଟ୍ୱିଟ୍ କରି ଏହି ସୂଚନା ଦିଆଯାଇଛି ।