ଗଞ୍ଜାମ ଜିଲ୍ଲାରେ ଯାନବାହନ ଚଳାଚଳ ନେଇ କଟକଣା

ଗଞ୍ଜାମ,୨।୭:ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଯାହାକୁ ନଜରରେ ରଖି ଜୁଲାଇ ୩୧ ପର୍ଯ୍ୟନ୍ତ ଜିଲ୍ଲାରେ ଯାନବାହନ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଇବାକୁ ଲଗାଇଛି ଜିଲ୍ଲା ପ୍ରଶାସନ। ତେବେ ଅତ୍ୟାବଶ୍ୟକ ସାମଗ୍ରୀ,ସ୍ୱାସ୍ଥ୍ୟ ଓ କୃଷି ଉଦ୍ଦେଶ୍ୟରେ ଯାନବାହାନ ଚଳାଚଳକୁ ଅନୁମତି ଦିଆଯିବ।

କେବଳ ଉପଯୁକ୍ତ ପରିଚୟ ପତ୍ର ଥିବା ଦୁଇ ଚକିଆ ଯାନର ଚାଳକଙ୍କୁ ଅନୁମତି ଦିଆଯିବ ବୋଲି ଜଣାଯାଇଛି। ଏ ନେଇ ଜିଲ୍ଲାପାଳ ଆଜି ଟ୍ବିଟ୍ କରି ସୂଚନା ଦେଇଛନ୍ତି। ଲୋକଙ୍କୁ ଘରୁ ବାହାରକୁ ନ ଯିବାକୁ ଏବଂ ଏକରୁ ଅଧିକ କିଲୋମିଟର ରାସ୍ତା ଯାତ୍ରା ନ କରିବାକୁ ଅନୁରୋଧ କରିଛନ୍ତି। ବରିଷ୍ଠ ନାଗରିକମାନେ ଘରେ ରହିବା ଜରୁରୀ ବୋଲି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି।