ବାଙ୍କୀ ୧୭/୦୬: ମହାନଦୀ ପୋଲ ଉପରୁ ପାଣିକୁ ଡେଇଁଥିବା ଯୁବତୀଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ତାଙ୍କ ନାଁ ଲିପା ଓ ବୟସ ୨୯ ବର୍ଷ ବୋଲି ଜଣା ପଡିଛି । ତାଙ୍କ ବାପା ଡାକ୍ତରଖାନାରେ କାମ କରନ୍ତି । ତେବେ ସେ କେଉଁ କାରଣରୁ ମହାନଦୀକୁ ଡେଇଁ ଆତ୍ମହତ୍ୟା କଲେ ସେ ବିଷୟରେ ଜଣା ପଡି ନାହିଁ । ମହାନଦୀଙ୍କୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ବାଙ୍କୀ ଥାନା ଅନ୍ତର୍ଗତ ଜାତମୁଣ୍ଡିଆ-ସୁବର୍ଣ୍ଣପୁର ମହାନଦୀ ପୋଲ ଉପରୁ ଜଣେ ଯୁବତୀ ମହାନଦୀକୁ ଡେଇଁ ପଡିଥିବା ସୂଚନା ମିଳିଥିଲା । ପ୍ରଥମେ କିଛି ସ୍ଥାନୀୟ ବାସିନ୍ଦା ଯୁବତୀ ଜଣଙ୍କ ମହାନଦୀ ପାଣିକୁ ଡେଇଁଥିବା ଦେଖିଥିଲେ । ଏହାପରେ ସେମାନେ ପୁଲିସ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ପୋଲ ଉପରୁ ଯୁବତୀ ଜଣଙ୍କ ପାଣିକୁ ଡେଇଁ ପଡିଥିଲେ । ଯୁବତୀ ଜଣଙ୍କ ପାଣିକୁ ଡେଇଁବା ପୂର୍ବରୁ ମୋବାଇଲ୍ରେ କାହା ସହ କଥା ହେଉଥିଲେ । ସେ ସ୍ଥାନୀୟ ସୁବର୍ଣ୍ଣପୁର ଜାତମୁଣ୍ଡିଆ ଆଡକୁ ପୋଲ ଉପରେ ଚାଲି ଚାଲି କଥା ହୋଇ ଯାଉଥିଲେ । ଏହାପରେ ସେ ହଠାତ୍ ପାଣିକୁ ଡେଇଁ ପଡିଥିବା ପ୍ରତ୍ୟକ୍ଷଦର୍ଶୀମାନେ କହିଥିଲେ । ଖବର ପାଇବା ପରେ ଅଗ୍ନଶମ ବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ । ତାଙ୍କର ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ।